STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଭାଷା ସୁଶ୍ରୀ

ଭାଷା ସୁଶ୍ରୀ

1 min
273


ଭାଷା ବାସ୍ତବରେ ଅତ୍ୟନ୍ତ ସୁନ୍ଦର

ଭାବ ପ୍ରକାଶଇ ସିଏ

ଅମୃତର ଧାରା ଭରି ଦିଏ ଭାଷା

ସମ୍ପର୍କ ବି ଭାଙ୍ଗି ଦିଏ ।


ନିଜର ଭାଷାରେ ଯେବେ କଥା କହୁ

ଭଲ ଲାଗେ ଭାଇ ବେଶୀ

ଗର୍ବ କରିଥାଉ ଆମ ଭାଷା ଯେବେ

ଯେକେହି କହେ ବିଦେଶୀ I

ଶିଶୁଟିଏ ଜନ୍ମ ହେବା ପରେ ପରେ

ଆଗ ମାତୃଭାଷା ଶୁଣେ

ବାରମ୍ଵାର ଶୁଣି ନିଜ ମାଟି ଭାଷା

କ୍ରମାଗତ କହି ଜାଣେ ।


ନିଜର ଭାଷାରେ ଲେଖା ହୋଇଥିବା

କାବ୍ୟ ଓ କବିତା ପଢ଼ି 

ପ୍ରତିଟି ଓଡ଼ିଆ ଗର୍ବ କରିଥାଉ

ନିଜକୁ ଓଡ଼ିଆ ଭାବି ।


ନିଜର ଭାଷାକୁ ସହଜରେ ଶିଖୁ

ସହଜରେ କହୁ କେହି

ନିଜ ଭାଷାରେ ଭାବ ପ୍ରକାଶରେ

ବେଶି କଷ୍ଟ ଲାଗେ ନାହିଁ ।


ମାତୃଭାଷାରେ ଯେ ଲେଖା ନିତୀବାଣୀ

ଆମକୁ ବାଟ ଦେଖାଏ

ଆମ ଭିତରେ ହିଁ ଶକ୍ତିକୁ ଯୋଗାଏ

ବିପଦେ ସାହାସ ଦିଏ ।


ନନା ଜାତି ନାନା ଧର୍ମ ଓ ଭାଷାର

ଲୋକେ ହିଁ ବାସ କରନ୍ତି

ସବୁ ମୂଳେ ଆମେ ଭାରତୀୟ ସବୁ

ଭାଷା ଶିଖିବାର ଅଛି ।


ମଣିଷ ଯୋଗ୍ୟତା ସମ୍ପନ୍ନ କେବଳ

ତା'ର ଏହି ଭାଷା ପାଇଁ

ଭାଷା ବାସ୍ତବରେ ସରଳ ଓ ସୁଶ୍ରୀ

ଭାଷାକୁ ଭୁଲିବା ନାହିଁ ।



Rate this content
Log in

Similar oriya poem from Abstract