ଭାସି ଯାଆନ୍ତା କି
ଭାସି ଯାଆନ୍ତା କି
ନୀଳ ଆକାଶରେ ବାଦଲ ମାଳାରେ
ମନଯାନେ ନିତି ମନ
ହୁଅଇ ମୋହର ମେଘଙ୍କ ମେଳରେ
ଭାସି ଯାଆନ୍ତି ଯେସନ ॥
ନବ ଅନୁଭବ ଅନୁଭୁତି ଭାବ
ଭାସି ଭାସି ଆହରଣ
କରି ଜୀବନରେ ଅରପି ଖୁସିରେ
ଉନ୍ମନା କରନ୍ତି ପ୍ରାଣ ॥
ସୁନୀଳ ଆକାଶେ ମନ‐ ଚିଦାକାଶେ
ଆସୁଛି ମନେ ଭାବନା
ନବରସ ନବ ଭାବ ଅନୁଭବ
ସଂଗ୍ରହେ ଥାନ୍ତା କଳ୍ପନା ॥
ସୁ‐ଦିବ୍ଯ ପୁଲକେ ଅନ୍ତର ପଲକେ
ପଲକେ ଉଠନ୍ତା ପୁରି
ଆଣନ୍ତି ମୁଁ କେତେ ଭାବ ନାନା ମତେ
ତହିଁରୁ ନିତି ଆହରି ॥

