STORYMIRROR

Madhabi Patel

Abstract Inspirational

4  

Madhabi Patel

Abstract Inspirational

ଭାରତର ନାରୀ

ଭାରତର ନାରୀ

1 min
222


ଗର୍ବରେ ଆମ ଫୁଲିଉଠେ ଛାତି

ଦେଖି ମହିଳାଙ୍କ ଅବଦାନ।

କୋଉ କ୍ଷେତ୍ରନାହିଁ ଯୋଉଠି ମହିଳା

କରିନାହିଁ ଯୋଗଦାନ।

ଜାନୁୟାରୀ ଛବିସରେ ଆକାଶମାର୍ଗରେ

ଉଡାଇଛି ବାୟୁଜାନ।

ଶ୍ବେତା ,ତାନିଆ ସେର୍ଗିଲ ମହିଳା ମୋର୍ଚ୍ଚାର

 ଥିଲେ ଜ୍ବଳନ୍ତ ପ୍ରମାଣ।

ମହିଳାର ଶକ୍ତି ହିନମାନ୍ୟତାରେ

କେବେବି ରହିବ ନାହିଁ।

ସାହସ ସଂସ୍କୃତି ଜ୍ଞାନ ବିଜ୍ଞାନରେ

ଶୀର୍ଷେ ଯୋଗଦାନ ଦେଇ।

ଭାରତ ମାତାର ଗୌରବ ରଖିଛି

ହୋଇ ରଣଚଣ୍ଡୀ ଲକ୍ଷ୍ମୀବାଈ।

କଳ୍ପନା ଚାଓ୍ବଲା ସୁଷମା ସ୍ବରାଜ

ଇନ୍ଦିରା ପ୍ରତିଭା ହୋଇ।

ଏଣିକି ଆଗକୁ ଆହୁରି ଉଠିବ

ଭବିଷ୍ୟତ ନାରୀ ଦେଖ।

କନ୍ୟା ସନ୍ତାନକୁ ହେୟ ମଣନାହିଁ

ରଖିବ ସବୁଠି ଟେକ।

ଗୃହରୁ ଦପ୍ତର ଆକାଶରୁ ଜଳ

ସବୁଠାରେ ତାର ଶ୍ରେୟ।

ଆପଣାକୁ ଖଣ୍ଡକରି ବାଣ୍ଟିଦିଏ

ବୁଝଥରେ ତାର ଦ୍ବେୟ।

ନାରୀଜାତି ଅପମାନ କରନାହିଁ

ସିଏ ଜୀବନ୍ତ କବିତା।

ଗାଇ ଯାଅ ତାକୁ ଶୁଣିଯାଅ ତାକୁ

ପ୍ରତିଭାର ସେ ସରିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract