ଭାରତର ଗୌରବ ନେତାଜୀ ସୁଭାଷ
ଭାରତର ଗୌରବ ନେତାଜୀ ସୁଭାଷ
ସେ ଥିଲେ ମୋ ଭାରତର ମହାନ ବୀର ନିର୍ଭୀକ ଆଉ ନିଡର
ନାଁ ତାଙ୍କର ସୁଭାଷ ବୋଷ ଯେକି ରହିବେ ଚିର ଅମର ।
ଏ ଧାରାରେ ଅବତରଣ କରିଲେ ୨୩ ଜାନୁୟାରୀ ୧୮୯୭ ରେ ।
ଜନମି ଥିଲେ ସେ ମୋର ଓଡିଶା ରାଇଜରେ
କହୁଥିଲେ ସେ, ତମେ ରକତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବି
ଯାହା ବୁହାଇଥିଲା ଦେଶରେ ସଂଗ୍ରାମର ବହ୍ନି ।
କରୁଥିଲେ ଇଂଗ୍ରେଜଙ୍କୁ ସଦା ଥର ହର
ତାହା ସହ ଦେଶରେ ବୁହାଇ ଥିଲେ ପରିବର୍ତ୍ତନର ସ୍ୱର ।
ଗଢ଼ିଥିଲେ ନିଜର ସେନା ଯାହା ଥିଲା ଆଜାଦ ହିନ୍ଦ ଫଉଜ଼
ଥିଲା ପ୍ରତୀକ ଭାରତୀୟଙ୍କ ସାହାସିକତା ଆଉ ସୌର୍ଯ୍ୟ ।
ଇତିହାସର ପୃଷ୍ଠାରେ ତାଙ୍କର ଅବର୍ତ୍ତମାନ ରହିଛି ରହସ୍ୟ ଘେରରେ
ସ୍ୱାଧୀନତା ପାଇଁ ତାଙ୍କ ଅବଦାନ କିନ୍ତୁ ରହିବ ସଦା ଆମ ହୃଦୟରେ ।