STORYMIRROR

Sambit Srikumar

Crime Inspirational

3  

Sambit Srikumar

Crime Inspirational

ଭାରତୀୟ ଅର୍ଥନୀତି

ଭାରତୀୟ ଅର୍ଥନୀତି

1 min
211


କେତେ ବା ଆଉ ଖସିବି ତଳକୁ

ଖସି ଖସି ମୁଁ ଗଲିଣି ରସାତଳକୁ

ଏବେ ତ ବାରେ ତୋଳି ନିଅ କୋଳକୁ

କିଆଁ ଏତେ ଅବହେଳା ମୋ ବେଳକୁ?


ମୁଦ୍ରାସ୍ଫୀତି ତୈଳ ସୁବର୍ଣ୍ଣର ଦର ବୃଦ୍ଧି

ହଜାଇ ଦେଇଛି ସତେ ତୁମ୍ଭର ସବୁ ବୁଦ୍ଧି

ପୁଞ୍ଜି ବଜାର ସୂଚକାଙ୍କକୁ ଲାଗିଛି ଗ୍ରହଣ

ନିବେଶକ ଯେତେ ସର୍ବସ୍ୱାନ୍ତ ହୁଅନ୍ତି ତତ୍କ୍ଷଣ!!


ଦିନୁ ଦିନୁ ମୁହିଁ ହେଉଛି ଦୁର୍ବଳ ମନ୍ଥର

ନିମ୍ନଗାମୀ ବିଯୁକ୍ତ ମୋହର ଅଭିବୃଦ୍ଧି ହାର

କର୍ମନିଯୁକ୍ତି କଥା ଭଲା କେହି ନ ପଚାର

କେତେ ଦିନ ଆଉ ଅନ୍ଧ ମୁକ ବଧିର ବିଚାର?


ଭୁସୁଡୁଛି କୂଟୀର କ୍ଷୁଦ୍ର ମଧ୍ୟମ ଶିଳ୍ପର ସ୍ଥିତି

ଅମୁହାଁ ଦରଦାମ ବୃଦ୍ଧି ଆଣିଛି ରାଷ୍ଟ୍ରର ଦୁର୍ଗତି

ଝିଣ୍ଟିକା ମାରି ବଣି ପୋଷିବାର ନିଆରା ନୀତି

ବାପୁଡ଼ା ମେହନତି ମଣିଷ ଯାହା ସହଇ କ୍ଷତି!!


ଚାଷୀ କରଇ ଆତ୍ମହତ୍ୟା ଅଭାବ ଦୁଃଖରେ

ଖଟିଖିଆ ମଜୁରିଆ ମରେ ଭୋକ ଉପାସରେ

ଯୋଜନାର ଫଳ ଏଠି ଫଳେ କାଗଜ ଗଛରେ

ଆର୍ଥିକ ଅନୁଦାନ ସବୁକୁ କୁଜିନେତା ଚଳୁ କରେ!!


କଳାଧନ ବନ୍ଧା ପଡିଛି ଦରିଆପାରି ସିନ୍ଦୁକରେ

ଫେରି ପାଇବା ଆଶା ଲଘୁକ୍ରିୟା ବହୁ ଆଡ଼ମ୍ବରେ

ବିଳାସୀ ପୁଞ୍ଜିପତି ମୋର ସର୍ବସ୍ବ ଲୁଟି ଫେରାର

ଆର୍ଥିକ ସଂସ୍ଥାନ ହୋଇ ଦେବାଳିଆ କରନ୍ତି ଚିତ୍କାର!!


ମୁଁ ଅଣନିଃଶ୍ବାସୀ କ୍ଷତାକ୍ତ ମୁର୍ମୁଷୁ ନିଷ୍ପ୍ରାଣ

ନ ପାରଇ କରି ଏପରି ଜୀବନ ଧାରଣ

ଲୋଡ଼ା ମୋତେ ପଥି ଦୃଢ଼ ଅସ୍ତ୍ରୋପଚାର

ଦୟା ବହି ବାରେ ମୋ ହିତ ଚିନ୍ତା କର!!


ବୃଥା ବାକ୍ୟବାଣରୁ ସର୍ବେ ହୁଅ ହେ ବିରତ

ଦୀର୍ଘ ମିଆଦି ଯୋଜନା କର ଯେ ମହତ

ଜନତାର ହିତେ ସନ୍ମାର୍ଗେ କର ବିନିଯୋଗ

ତତ୍କାଳ ସୁଫଳ ତୁମ୍ଭକୁ ଅବଶ୍ୟ ମିଳିବ!!


ଇଚ୍ଛାକୃତ ଆର୍ଥିକ ଅପରାଧିଙ୍କ ପାଇଁ କର ବିଧାନ

ବିହିତ ଦଣ୍ଡ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ

ଯଥା ମଧୁମକ୍ଷୀ ପୁଷ୍ପରୁ ମଧୁ କରେ ଆସ୍ବାଦନ

ତଥା ଟିକସ ବ୍ୟବସ୍ଥାର କର ସରଳୀକରଣ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime