Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଭାରତବର୍ଷ

ଭାରତବର୍ଷ

1 min
44



ଠକି ଖାଇବାର ସମୟ ଯାଇଛି

ବିଚଳିତ ତାହା ପାଇଁ

ଭ୍ରଷ୍ଟାଚାର କରି ଧନ ଅର୍ଜି ଅଛି                 

ହୁଏ ଯାଞ୍ଚ ଧାଇଁ ଧାଇଁ।

ଭାବିଛି ସମ୍ପତ୍ତି ତାର

ଠକା ଠକି କରି ଧନର ଶିଖର

ଭାଙ୍ଗି ହୁଏ ନାରଖାର !


ରାଷ୍ଟ୍ର ସରକାର ତତ୍ପର ସେବାରେ

ନାହିଁ ଟି ବିଶ୍ରାମ ଦିନେ

ଗରିବ ସମସ୍ୟା ଦୂର କରୁ ଛନ୍ତି

କର୍ମ କରୁ ଛନ୍ତି ମନେ

ଆତ୍ମନିର୍ଭର ର ପାଇଁ

ସତ୍ୟ ମାର୍ଗେ ରହି କର୍ମ କରୁଛନ୍ତି 

ହିତ ଟି ରାଷ୍ଟ୍ରର ଯହିଁ !


ଯୁବା ଓ ଯୁବତୀ ସଜାଡି କଳ୍ପନା

ନୂଆ ରୂପ ଦେଉ ଛନ୍ତି

ରାଷ୍ଟ୍ରର ବିକାଶେ ଜରୁରୀ ଟି ଯାହା

କୀର୍ତ୍ତି ରାଷ୍ଟ୍ରେ ଆଣୁ ଛନ୍ତି।

କରନ୍ତି ଯୁବା ଗର୍ବିତ

କରୁଛି ସାହାଯ୍ୟ ରାଷ୍ଟ୍ର ସରକାର

ଏହୁତ ନୂଆ ଭାରତ !


ଉଜ୍ଜ୍ୱଳ ଭବିଷ୍ୟ ପାଇଁ କାର୍ଯ୍ୟ ହୁଏ

ଗୁଞ୍ଜୁ ଅଛି ଜୟଧ୍ଵନୀ

ସତ୍ୟର ବିଜୟ ଅବଶ୍ୟ ହୋଇବ

ଭାର ମୁକତି ମେଦିନୀ

ରାଷ୍ଟ୍ର ହେବ ବିଶ୍ବ ଗୁରୁ

ନୂଆ ଆବିଷ୍କାର ହେବ ନୂଆ ନୂଆ

କଳେବର ନୂଆ ଶୁରୁ !


ତ୍ରେତୟା ଯୁଗର ଶାସନ ଚାଲିଛି

ଦେଖୁଛି ନେତ୍ରେ ଜନତା

ନାହିଁ ଭେଦଭାବ ସମଭାବ ନୀତି

ଶାସନ ତହିଁ ଦୃଢ଼ତା

ଭ୍ରଷ୍ଟାଚାରୀ ଯେ ବ୍ୟାକୁଳ

ହୋଇ ଏକତ୍ରିତ କରନ୍ତି ସଂଗ୍ରାମ

ଚିନ୍ତାରେ ଛନ୍ତି ସକଳ !


Rate this content
Log in

Similar oriya poem from Abstract