STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭକ୍ତରେ ପୂଜନ ତୁମ

ଭକ୍ତରେ ପୂଜନ ତୁମ

1 min
250


ଉତ୍କଳର ମଣି ଗୋପବନ୍ଧୁ ତୁମେ ତୁମର ଜୟନ୍ତୀ ପରା,

ଦିଏ ଶ୍ରଦ୍ଧାଞ୍ଜଳି ଭକ୍ତିଚିତ ହୋଇ

ବିଚ୍ଛିନ୍ନ ଭୂମିରୁ ପରା।


୯ ଅକ୍ଟୋବର ଜନମ ତୁମର ସୁଆଣ୍ଡୋ ପୁରୀର କ୍ଷେତ୍ରେ

ପଚାଶ ବୟସେ ମୃତ୍ୟୁ ଟି ତୁମର

ସ୍ମୃତି ରହିଗଲା ନେତ୍ରେ।


ତୁମେ କହୁଥିଲ ସିଂହଭୂମ ପରା ଅଟେ ଉତ୍କଳର ମଣି,

ଓଡ଼ିଆ ଜନଙ୍କ ଅବସ୍ଥା ଟି ଦେଖ

ନେତ୍ରୁ ଝରୁ ଅଛି ପାଣି।


ନାହିଁ ଟି ଆଦର ନାହିଁ ଭାଷାଶିକ୍ଷା ଚିନ୍ତାରେ ବ୍ୟତୀତ ଦିନ,

ନାହିଁ ଅଧିକାର ଦିକୁରେ ନାମିତ

କ୍ରନ୍ଦନେ କଟୁଛି ଦିନ।


ସମାଧି ସ୍ଥଳ ଟି ସତ୍ୟବାଦୀ ନାମ ଭାରତୀୟ ଜାତୀୟତା

ଜୀବନସାଥୀ ନା ଅପତୀ ଦେବୀ ଟି

ଦୈତାରୀ ଦାସ ଟି ପିତା।


ସ୍ବାଧୀନ ସଂଗ୍ରାମୀ ଥିଲ ମହାବାହୁ ଥିଲ ଟି ମହାନ କବି,

କବିତା ବଳରୁ ଏକତ୍ରିତ କଲ

ସ୍ବତନ୍ତ୍ର ସଂଗ୍ରାମେ ଭାବି।


ଜ୍ଞାନରେ ନିପୁଣ କର୍ମରେ ଭୂଷଣ ଓଡ଼ିଆ ପୁତ୍ରଟି ତୁମେ,

କିଦେଇ କରିବି ପୂଜନ ତୁମର

ଆମର ଆଦର୍ଶ ତୁମେ।


କୋଟି ପ୍ରଣିପାତ ବିଚ୍ଛିନ୍ନାଞ୍ଚଳରୁ ବନ୍ଧୁ ପୂଜନ ଭକ୍ତିରେ,

ଶ୍ରଦ୍ଧାଞ୍ଜଳି ଯହିଁ ତହରି ସ୍ମୃତିରେ

ଶ୍ରଦ୍ଧା ଭକ୍ତି ଅର୍ପଣରେ।


ଶୁନ୍ୟେ ରହି ଦିଅ ଏଠି ଆଶିର୍ବାଦ ଶୁଭମୟ ହେଉ ସବୁ

ଶିକ୍ଷା ମାତୃଭାଷା ଗର୍ବିତ ଟି କରୁ

ପଢିବେ ଓଡ଼ିଆ ସବୁ।


ଓଡ଼ିଆ ଙ୍କ ଭୂମି ଏହୁ ସିଂହଭୂମି ଉତ୍କଳ ମକୁଟ ପରା,

ହୀନିମାନ ହୁଏ ନ ପଡେ ନଜର

ଚିନ୍ତିତ ଓଡ଼ିଆ ସାରା।


କର୍ମଭୂମି ଥିଲା ତୁମ ସିଂହଭୂମି ନଜର ନାହିଁଟି କାର,

କର୍ମକୁ ଆଦରି ଅଛନ୍ତି ଓଡ଼ିଆ

ଉତ୍କଳୁ କାହୁଁ ନଜର?


ମୃତ୍ୟୁ ଲୋକେ ଆସ ନରରୂପ ଧରି ଗର୍ବିତ ହେଉ ଓଡ଼ିଆ,

ଜାଗ୍ରତ ହୋଇବେ କବିତା ଗୁଞ୍ଜନେ

ବିଚ୍ଛିନ୍ନ ଭୂମି ଓଡ଼ିଆ।


ପୁତ୍ର ତ୍ୟାଗ କରି କୋଟି ପୁତ୍ର ପାଇଁ ତ୍ୟାଗ ପ୍ରତିମୂର୍ତ୍ତି ତୁମେ,

ସାହାଯ୍ୟ କରିଲ ପୀଡିତ ପୁତ୍ରଙ୍କୁ

ଛାଡ଼ି ପୁତ୍ର ରତ୍ନ ତୁମେ।


ପତ୍ନୀ କଥା ତୁମେ ନ ଦେଲଟି ଧ୍ୟାନ ଧନ୍ୟ ତୁମହେ ମହାତ୍ମା,

କିପରି ଭୁଲିବେ ଅବଦାନ ତବ

ଅଟହେ ତୁମେ ମହାତ୍ମା।


ଜନସେବା ତବ ମୂଳମନ୍ତ୍ର ଥିଲା ଭାଷାର ଥିଲା ଆଦର,

ସ୍ବତନ୍ତ୍ର ସଂଗ୍ରାମେ ଜୀବନ ଅର୍ପଣ

ଥିଲାଟି ଅହିଂସା ଧାର।


ଚାରି ପଟେ ବନ୍ଧୁ ଭକ୍ତି ଶ୍ରଦ୍ଧାଞ୍ଜଳି ଜୟନ୍ତୀରେ ନିରନ୍ତର,

ଦେଲ ସେବା ମନ୍ତ୍ର ଭାଷା ମନ୍ତ୍ର ଯହିଁ

ନାହିଁ ପଟାନ୍ତାର ଯାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract