STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଦୀପ।ବଳି ପର୍ବ

ଦୀପ।ବଳି ପର୍ବ

1 min
260


ଦୀପାବଳି ଆମ ଆଲୋକ ପରବ

ସଭିଏଁ ଜାଣନ୍ତି ଏହା ।

ଅନ୍ଧକାର ନାଶି ଆଲୋକ ପରଶି

ଦେଖାଏ ଆମକୁ ରାହା। ୧।

ଦେବ ଋଷି ପିତୃ ପୂଜା ଅବସର

ଆଣି ଆସେ ଦୀପାବଳି।

ସଞ୍ଜ ନଇଁ ଗଲେ ଦୀପଦାନ ଶ୍ରାଦ୍ଧ

ହୁଏ ଲଗାଇ ଦୀପାଳି। ୨।

ଅଗଣା ମଝିରେ ଦୀପଦଣ୍ଡି ଖୋଳି

ଲିିପି ଗାଈ ଗୋବରରେ ।

ମଣ୍ଡଳ ପକାନ୍ତି ବିଧି ଅନୁସାରେ

କୁଟା ଚାଉଳ ଚୁନାରେ ।୩।

ଦଶ ବିଶ୍ୱଦେବା କ୍ରତୁ ଦକ୍ଷ ବସୁ

ସତ୍ଯ କାଳକାମ ଧୂରି ।

ରୋଚନଙ୍କୁ ଆସନରେ ବସାଯାଏ

ପୂର୍ବେ ଆବାହନ କରି ।୪।

ସନକ ସନନ୍ଦ ସନାତନ କପିଳାସୁରି

ବୋଢୁ ପଞ୍ଚଶିଖ ।

ଏ ସପ୍ତ ଋଷିଙ୍କି ଆବାହନ କରି

ଉତ୍ତର ଦିଗରେ ରଖ ।୫।

ତ୍ରିପିତୃ ତ୍ରିମାତୃ ତ୍ରିମାତାମହ

ତ୍ରିମାତାମହୀ ଦକ୍ଷିଣରେ ।

ଆବାହନ କରି ବସାଇ ପୂଜିବ

ଆସନ ଆଦି କ୍ରମରେ ।୫।

ପାଦାସନ ଗନ୍ଧ ପୁଷ୍ପ ଧୂପ ଦେଇ

ପୂପ ଦୀପଦାନ ଦିଅ ।

ଶ୍ରାଦ୍ଧୀୟ ଦରବ ସକଳ ସମର୍ପି

ବଡବଡିଆ ଡକାଅ ।୬।

ଆଲୋକ ପରବେ ଆଲୋକ ଜାଳିବା

ସଫା ରଖି ଘରଦ୍ବାର ।

ଜ୍ଞାନର ଆଲୋକ ଜଳାଇଲେ ଆମେ

ହଟିଯିବ ଅନ୍ଧକାର ।୭।

ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ

କେବେ ନଫୁଟାଅ ବାଣ ।

ସଂସ୍କୃତି ସୁରକ୍ଷା କରିବା ଆମର

ଦେଇ ପୂପ ଦୀପଦାନ ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract