STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ଦୁହିତା

ଦୁହିତା

1 min
390

         

            ( ୧ )

'ଦୁହିତା' ଦୁଇ ହିତ ସାଧନେ ରଖେ ଏକାଗ୍ରତା

ପ୍ରଥମେ ଜନମି ପିତା କୂଳେ ହୁଏ ଆଦୃତା

ଶିକ୍ଷା ଦୀକ୍ଷା ଗୁଣରେ ଭରେ ତାର ସରସତା

ଦ୍ଵିତୀୟରେ ହୋଇ ସେ ଉପଯୁକ୍ତା ବିଭୁଷିତା

ପିତା ଘର ଛାଡି଼ଯାଏ ଶାଶୁଘରେ ନବ ବିହାହିତା

ଦୁଇ କୂଳେ ରଖି ମଧୁର ସଂପର୍କର ଏକତା

ସେବା ଯତ୍ନ ତ୍ଯାଗର ଦେଖାଏ ମହନୀୟତା

ପୁଣ୍ୟ ପବିତ୍ର ମମତା ଧାରର ସେ ସରିତା

କନ୍ୟାରୁ ବୋଧୂ ପୁଣି ମାତାରେ ସ୍ଵୟଂ ସଂପୂର୍ଣ୍ଣା

ମାନବୀ ରୂପରେ ଦେବୀ ସେ ଅନ୍ନପୂର୍ଣ୍ଣା

ଅତୁଳନୀୟା ସେ ସମାଜେ ହୁଏ ଅଗ୍ରଗଣ୍ୟା

ଆଚାର ବ୍ୟବହାର ଚରିତ୍ରରେ ସେ ସୁଧନ୍ୟା

ହସ ଲୁହକୁ ସାଥୀରେ ନେଇ ସେ ଅନନ୍ୟା

ସାରା ଜଗତ କରେ ତାର ଚରଣ ବନ୍ଦନା

ବସୁଧା ସମ ସହିଥାଏ କେତେ କଷ୍ଟ ଯନ୍ତ୍ରଣା

ଉତ୍ସର୍ଗୀକୃତା ଜୀବନ ତାର ଭବେ ସେ ପୁଣ୍ୟା

ସଂସାରର ପରିପୂର୍ଣ୍ଣତା ଲାଗି ସେ ଦୁହିତା

ମମତାର ଅମୃତ ଦାନେ ହୁଏ ଜଗତଜିତା।

          ( ୨ )

ଗୁଣାତ୍ମକ ଦିଗେ ଆଜିର ସମାଜେ ଦୁହିତା

ହୁଏ ସୁବିଧା ସୁଯୋଗରୁ ବଞ୍ଚିତା ଉପେକ୍ଷିତା

କନ୍ୟାଟିଏ ବୋଲି ହେୟ ଆଖିରେ ନ୍ୟୁନା

ଦୂରେଇ ଯାଏ ତା'ଠାରୁ ଆଶା ସମ୍ଭାବନା

କନ୍ୟା ଭୃଣଟିଏ ଜାଣିଲେ କରାନ୍ତି ଗର୍ଭପାତ

ଅନାଦରରେ ବଢେ ପାଇ ନା ନା ଆଘାତ

ଜୀବନ ହୁଏ ତାର ବିପଦପୂର୍ଣ୍ଣ ଅସୁରକ୍ଷିତ 

ଆତଙ୍କିତା ହୋଇ ରହିଥାଏ ସଂକୁଚିତ

ପ୍ରତିଭା ବିକାଶେ ପାଏ ନାହିଁ ସବୁ ସୁବିଧା

ପ୍ରତି ପାଦେ ପାଦେ ଆସେ ତାର ବାଧା

ପ୍ରତିବାଦର ସ୍ଵର କୋଳାହଳେ ହୁଏ ଲୀନ

ଅନ୍ତର୍ଦାହେ କୁହୁଳି ଦଗ୍ଧଭୁତ ହୁଏ ତା' ଜୀବନ

ପାଏନା ଉଚିତ ମାତ୍ରାରେ ମର୍ଯ୍ୟାଦା ସମ୍ମାନ

ହରାଏ ତାର ନ୍ୟାର୍ଯ୍ୟ ସ୍ବତନ୍ତ୍ରତା ସ୍ବାଭିମାନ

ଦୁହିତାର ଦୁଇ କୂଳ ହିତା ମହତ ଲକ୍ଷ୍ୟ

କୋହ ହୋଇ ରହିଯାଏ କ୍ଷତାକ୍ତ କରେ ବକ୍ଷ

ନାରୀ ସୁରକ୍ଷା ସଭ୍ୟ ସମାଜର ମୌଳିକତା

ଟେକ ତାର ବଜାଇ ରଖିବା ଜାତିର ସାର୍ଥକତା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract