STORYMIRROR

Padmini Barik

Abstract

3  

Padmini Barik

Abstract

ଭାରତବାସୀ

ଭାରତବାସୀ

1 min
227


ଛବିଶ ତାରିଖ କେମିତି ପାଳିବି

   ମନ ମୋର ବିଚଳିତ,

ସ୍ମୃତିର ନଈ ରେ ଆବର୍ଜନା ହୋଇ

   ବହି ଯାଏ ବହୁ କ୍ଷତ ।

କେଉଁଠାରେ ଶୁଭେ ନାରୀ ନିର୍ଯାତନା

   ଶୁଭେ ପୁଣି ରାସ୍ତାରୋକ,

ଆଳୁ ,ପିଆଜର ଭୋକ ମରେ ନାହିଁ 

   ତଣ୍ଟି କାଟୁଛି ଶିକ୍ଷକ।

ବନ୍ଧୁତ୍ଵ ଏଠାରେ ଫିକା ଫିକା ଲାଗେ

    ସ୍ୱାର୍ଥରେ ଅନ୍ଧ ଦୁନିଆ,

କାହାକୁ କହିବି ବାଇଶି କ୍ୟାରେଟ

    ଦୂରରୁ ଲାଗେ ଛାନିଆ ।

ସ୍ୱାଧୀନତା ନାମେ ସ୍ଵେଚ୍ଛାଚାରୀ ଭାବ

    ପରିହାର କରି ଦେଖ,

ପୁରୁଣା ମନରେ ନୁଆବିଶ୍ୱାସ ଟେ 

    ଅଟେ ଛବିଶି ତାରିଖ ,

ସ୍ୱପ୍ନଟିଏ ହୋଇ ପ୍ରତି ବର୍ଷ ଆସେ 

    ଦେବାକୁ ନୂଆ ମହକ ,

ଅଖଣ୍ଡ ଭାରତ ଭୂଖଣ୍ଡେ ବିରଳ 

   ତ୍ରିରଙ୍ଗା ଯାହାର ଟେକ ।

ସେହି ମାଟିର ମୁଁ କ୍ଷୁଦ୍ର କଳିଟିଏ

   ଗାଏ ଦେଶଭକ୍ତି ଗୀତ,

ଭାରତ ମାତାର ଚରଣ କମଳେ

    କରୁଅଛି ମଥାନତ ।


Rate this content
Log in

Similar oriya poem from Abstract