ଭାରତ
ଭାରତ
ମହାବୀର ଜନ୍ମ କି ଅବା ଜୟନ୍ତୀ
ଜୈନ ଧର୍ମୀ ମାନଙ୍କର,
ପ୍ରସିଦ୍ଧ ଅଥବା ପବିତ୍ର ଉତ୍ସବ
ହୁଏ ତିଥି ଅନୁସାର l
ବିଭିନ୍ନ ବରଷେ ତିଥି ଅନୁଯାୟୀ
ସଭିଏଁ ଖୁସିରେ ମିଶି,,
ବୀର ନିର୍ବାଣ ସମ୍ବତ୍ ର ପବିତ୍ର
ଶୁଦ୍ଧ ଚୈତ୍ର ତ୍ରୟୋଦଶୀ l
ମହାବୀର ବର୍ଦ୍ଧମାନ ଜୈନଙ୍କର
ଚତୁର୍ବିଂଶ ତମ ଗୁରୁ,,
ସେଇ ମଧ୍ୟ ପୁଣି ଶେଷ ତୀର୍ଥଙ୍କର
ଅଟନ୍ତି ସେ ମହାତରୁ l
ଏକଦା ଓଡିଶା ଉତ୍କଳ ସମୟେ
ଜୈନ ପ୍ରମୁଖ ପୀଠ
ଉଦୟଗିରି ଓ ଖଣ୍ଡଗିରି ଠାରେ
ରହିଥିଲା ତାଙ୍କ ମଠ l
କୁମାର, କୁମାରୀ ଗୁମ୍ଫାରେ ରହିଛି
ସ୍ଥାପତ୍ୟର ନିଦର୍ଶନ,,
ଯାହାକୁ ଆଜିବି ଭକ୍ତିରେ ଦେଖିଲେ
ପୂରିଯାଏ ମନ ପ୍ରାଣ l
ଏହି ଧର୍ମ ହୁଏ ଖରାବେଳ ଠାରୁ
ଆରମ୍ଭ ପ୍ରମାଣ ଅଛି,,
ଶେଷେ ହୁଏ ପୁଣି କପିଳେନ୍ଦ୍ର ଦେବ ଠି
ଇତିହାସ ପ୍ରମାଣୁଛି l
ସେଇ ସମୟରେ ସାରଳା ଦାସଙ୍କ
ରଚିତ ମହାନ ଗ୍ରନ୍ଥ,,
ମହାଭାରତର ନାମରେ ବିଦିତ
ପଢ଼ୁଥିଲେ ସାଧୁ ସନ୍ଥ l
ସେଥିରେ ଲେଖାଟି ରହିଛି ସୁଜନେ
ହତ୍ୟାକୁ ବିବାଦ ମାନ,
ନଯିବ ସେଠାକୁ କେବେହେଲେ ତୁମେ
ରହିବ ତେବେ ସମ୍ମାନ l
ବେନିଜନ ଯେବେ କଳହ ଲାଗିବେ
ନ ହୋଇବ ତାର ସାକ୍ଷୀ,,
ଆପଣା ଭlରିଯା ଯାହା ରାନ୍ଧି ଦେବ
ତହିଁରେ ହୋଇବ ଖୁସି l
ଜାତି ନିର୍ମାଣରେ ନିମଜ୍ଜି ରହିବ
ଗୋଟିଏ ନାରୀ କରିବ,,
ସାରଳା ଦାସଙ୍କ ଏହି ଉପଦେଶ
ସମୂହଁ ସ୍ଵାର୍ଥେ ରଖିବ l
