STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

...!!.ଭାରତ ତାହାରି ନାଁ.!!....

...!!.ଭାରତ ତାହାରି ନାଁ.!!....

1 min
129

ସ୍ୱାର୍ଥ ସ୍ୱାଭିମାନୁ ବହୁ ଊର୍ଧ୍ୱରେ

କୋଟି ଜନତାଙ୍କ ହୃଦ କନ୍ଦରେ

ଶୁଭୁଥାଏ ଯାହା ନାଁ

ପ୍ରାଣବିନ୍ଦୁର ପ୍ରଥମ ସ୍ପନ୍ଦନ

ଭାରତ ତାହାରି ନାଁ


ସାଗର କାନରେ ଗଙ୍ଗା ଗୋଦାବରୀ

କହିଯାଏ ଆହା ନିତି ଝରି ଝରି

ବିପଦେ ଆପଦେ ସାହା

ତୁଙ୍ଗ ହିମଗିରି ତନୁରେ ଲିଖିତ

ଭାରତ ତାହାରି ନାଁ

ପବନେ ବହୁଛି ମୁକ୍ତି ଅହିଂସା

ଶସ୍ୟ ଶ୍ୟାମଳିମା ସୁଷମା ମିଶା

କୋଟି ସନ୍ତାନ ମା

ସୁଜଳା ସୁଫଳା କାନନ କୁନ୍ତଳା

ଭାରତ ତାହାରି ନାଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract