ଭାରତ ସବୁଠୁ ମହାନ୍
ଭାରତ ସବୁଠୁ ମହାନ୍
ଭାରତ ମାଆର ସନ୍ତାନ ଆମେରେ
ଆମେରେ ଭଉଣୀ ଭାଇ,
ଆମେ ଯଦି ଖୁସି ମିଶିକି ପାଳିବା
ଭାରତ କାନ୍ଦିବ କାହିଁ ।
ଫର ଫର ହୋଇ ଉଡୁଛି ତ୍ରିରଙ୍ଗା
ଖୁସିର ବାର୍ତ୍ତା ନେଇ,
ଆସ ପାଳିବା ଏଇ ପବିତ୍ର ମହୋତ୍ସବ
ସଭିଏ ଏକ ହୋଇ ।
ମନେ ପଡ଼େ ସବୁ ବିରପୁରୁସଙ୍କ
ବିରତ୍ଵର ଅମର ଗାଥା,
କେତେ ଯେ କଷ୍ଟ ସହିକରି ନିଜେ
ଆମକୁ ଦେଇଥିଲେ ସ୍ଵାଧନତା ।
ଆମ ଦେଶେ ଅଛି କେତେ ଯେ ସମ୍ପତି
ତାହା ଜାଣିଅଛି କିଏ,
ଯିଏ ଜାଣିଅଛି ଏଇ ମାଟିକୁ ଭଲସେ
ନୀତି ଝୁରୁଥାଏ ସିଏ ।
ଭୋକିଲା ଶିିଶୁର ପେଟ ପୁରେ ଏଠି
ନାରୀ ପାଏ ଏଠି ସନମାନ,
ପଲ୍ଲୀରୁ ଦିଲ୍ଲୀ, ଦିଲ୍ଲୀରୁ ଆମେରିକା ସଭିଏ କୁହନ୍ତି
ଭାରତ ସବୁଠୁ ମହାନ ।
