STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

(ଭାରତ ---ମୋ ସୃଜନୀର ସ୍ପନ୍ଦନ ).

(ଭାରତ ---ମୋ ସୃଜନୀର ସ୍ପନ୍ଦନ ).

1 min
382

ସୂରୁଜ ଏଠି ମୁରୁଜ ବୁଣେ ସକାଳ ସଞ୍ଜ ନିଇତି

କଅଁଳ କଢି ବଉଳ ଝଡି ରଖେ ପୀରତି ସାଇତି

ଓଁକାର ଧ୍ୱନି ଦିନକୁ ଆଣେ ଶଙ୍ଖ ଆଣଇ ରାତି

ସେହି ମୋପ୍ରିୟ ଜନ୍ମଭୂଇଁ ଚରଣେ କୋଟି ପ୍ରଣତି


କୋକିଳ କୁହୁ ବକୁଳ ମହୁ ଝରାଏ ସୁଧା ପୀରତି

ଜୀବନ ଏଠି ଜଞ୍ଜାଳ ହୀନ ନାହିଁ ଚିନ୍ତା କି ଭୀତି

ଅଶାର ନଈ ଯାଉଛି ବହି ବିତରି ସୁଖ ଶାନ୍ତି

ଜନମ ମାଟି ଭାରତ ସେହି ଶ୍ମଶାନେ ତାର ମୁକ୍ତି


ଛାତିରେ ତାର ପାଦକୁ ଥାପି ଶିଖିଲି ମୁହିଁ ଚାଲି

ଚନ୍ଦନ ପରି ବୋଳି ହେଲି ମୁଁ ତାହାରି ଦାଣ୍ଡ ଧୂଳି

ବାପଙ୍କ ପାଖେ ଅଳି ଅଝଟ ମାଙ୍କ ମିଠା ଗାଳି

ଧୂଳି ମାଟିର ସରଗ ସେ ମୋ ତାକୁ ପାରେନି ଭୁଲି


Rate this content
Log in

Similar oriya poem from Abstract