STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଭାରତ ମୋ ଦେଶ ଓଡିଶା ରାଇଜ

ଭାରତ ମୋ ଦେଶ ଓଡିଶା ରାଇଜ

1 min
225

ସମ୍ମୁଖ ଯୁଦ୍ଧରେ ନ ପାରି 

ଅଣୁ ଅସ୍ତ୍ର ପ୍ରୟୋଗ କରି 

ଭୁତାଣୁ ସଂକ୍ରମଣ କରିସାରି 

କେହି କେବେ ହରାଇ ପାରିବ 

ଭାରତ ମୋ ଦେଶ,ସଦା ହସହସ 

ଓଡିଶା ରାଇଜ ସେତ ସରଗପୁରି 


ତୃତୀୟ ବିଶ୍ୱଯୁଦ୍ଧ ଦେଖିବାକୁ

ଆହ୍ୱାନରେ ଉଦବିଘ୍ନ ହେବାକୁ 

ଭୁତାଣୁ, ଅଣୁ ପରମାଣୁ ଜୀବାଣୁ 

ବା ବୀଜାଣୁ ହୁଏତ କାହାର କଣ କରିବ 

ହେଲେ ମୋ ଦେଶ ଇତିହାସ କହିବ 

ମୋ ରାଇଜର ରାଜା ଯୁଦ୍ଧକୁ ବାହାରିବ 


ପୁଣି ମାଣିକ ଫେରିବ

ଗିରିଶମେ ଦହି ଟିକେ ଦେଇ 

ଦୁଇ ଭାଇଙ୍କି ତୋଷିବ 

ଏକରେ ଅନେକ ଅନେକରେ ଏକ

ଆମ ଏ ଭାରତ ବର୍ଷ 

ଆଲ୍ହା, ଯୀଶୁ, ଭଗବାନ ହୋଇବେ ହର୍ଷ 


ସମେସ୍ତେ ଆସି ମିଳିବେ ଓଡିଶା ରାଇଜେ 

ଜନ୍ମ ନେବେ ବରପୁତ୍ର ମାଟି ମା ଗରଭେ 

ଧରିବେ ନାହିଁ ଅସ୍ତ୍ର ଶସ୍ତ୍ର, ହୋଇ ନିରସ୍ତ୍ର 

କି ମନ୍ତ୍ର ଫୁଂକିବେ? କି ଅଣୁ ପରମାଣୁ 

ଅବା ଭୁତାଣୁ ଭାଇରସ, ବୀଜାଣୁ ସଂକ୍ରମଣୁ 

ଫୁଲ ହୋଇ ସଭିଏଁ ଶ୍ରୀମନ୍ଦିରେ ସାଜ ସଜ୍ଜେ 


ଶଙ୍ଖ ଚକ୍ର, ଗଦା ପଦ୍ମ 

ଓଁ, ହ୍ଲିଣଃ, କ୍ଳିଙ୍ଗ ସ୍ୱସ୍ତି ପରଂବ୍ରହ୍ମ 

ଝୁଣା ଦୀପ ଧୂପ ଆଗରୁ ଚନ୍ଦନ

 କର୍ପୁର ଗଙ୍ଗା ଜଳେ ସର୍ବେ ଆହ୍ୱାନ 

ସେ ମନ୍ତ୍ର ଏତେ ଶାଶ୍ୱତ ଥିବ 

ଶତ୍ରୁର ଛାଇ କଣ ଅସ୍ତିତ୍ୱ ନ ରହିବ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract