ଭାରତ ମାତାର ସ୍ୱାଧୀନତା ସଂଗ୍ରାମୀ
ଭାରତ ମାତାର ସ୍ୱାଧୀନତା ସଂଗ୍ରାମୀ
ଏ ମାଟି ଆମର ଜନମ ଭୂମି
ଏ ମାଟି ଆମର ମାଆ,
ଏ ମାଟି କୋଳରେ ଜନମ ହୋଇ
ରଖି ଯାଇଛନ୍ତି ନାଆଁ |
ସେହିମାନେ ହେଲେ ଗାନ୍ଧୀ, ନେହେରୁ
ଗୋପବନ୍ଧୁ ଓ ସୁଭାଷ,
ଲାଲ -ବାଲ -ପାଲ ସର୍ଦ୍ଧlର ଭାଇ
ସୁରେନ୍ଦ୍ର, ମଧୁ ଓ ଘୋଷ l
ତାଙ୍କରି ଆପ୍ରାଣ ଉଦଯୋଗରେ
ଏ ଦେଶ ହେଲା ସ୍ୱାଧୀନ,
କେତେ ଲାଠି ମାଡ ଫାଶୀ ପାଇଣ
ଦେଲେ ନିଜର ଜୀବନ l
>
ଅନ୍ୟମାନେ ହେଲେ ମଙ୍ଗଳ ପାଣ୍ଡେ
ଖୁଦି, ଲକ୍ଷ୍ମଣ ନାଇକ,
ଜୟୀ ରାଜଗୁରୁ ଭଗତ, ଦାମ
ଯେତେକ ଜନ ନାୟକ |
କେତେ କେତେ ନାରୀ ଆନ୍ଦୋଳନର
ନେଇଥିଲେ ଯେ ନେତୃତ୍ୱ,
ନିଜ ଜୀବନକୁ ଉତ୍ସର୍ଗ କରି
ରଖିଯାଇଛନ୍ତି ସୁମହତ୍ୱ |
ସେମାନେ ହୋଇଲେ ଝାନସୀ ରାଣୀ
ନାଇଡ଼ୁ, ବିଦ୍ୟୁତ ଦେବୀ,
କୁନ୍ତଳା କୁମାରୀ ଆନିବେଶାନ୍ତ
ସାରଳା ଓ ରମା ଦେବୀ |