STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଭାରତ ମାତାର ରଖିବା ଟେକ

ଭାରତ ମାତାର ରଖିବା ଟେକ

1 min
257


ଆସରେ ସଭିଏଁ ଭାରତଵାସୀ 

ଏକଜୁଟ ଆମେ ହେଵା

ଚାଇନା ଜିନିଷ ଏକାଠି କରି

ନିଆଁ ଜାଳି ପୋଡି ଦେଵା।।

ପଡୋଶୀ ହୋଇଣ ଦେଖାଏଭାଉ

ତା ପାଇଁ ସହୁଛୁ କୋରନା ଦାଉ।।

ସବୁ ଜୀବ, ଜନ୍ତୁ, ମାରି ଖାଇଲା

ମୃତ୍ୟୁ ଵିଭୀଷିକା ଖେଳ ଖେଳିଲା ।।

ସାରା ଵିଶ୍ଵ ଆଜି ତାଆରି ପାଇଁ 

ଦିନ କାଟନ୍ତି ଭୟଭୀତ ହୋଇ  ।।

ପ୍ରତିମୁହୂର୍ତ୍ତରେ କୋରନା ପାଇଁ 

ଅକାଳେ ଜୀବନ ଝଡି ପଡଇ  ।।

ତଥାପି ତା, ମନ ମାନିଲା ନାହିଁ 

 ସୀମାନ୍ତରେ ଯୁଦ୍ଧ ଡାକ ଦିଅଇ ।।।

ଭାରତ ମାତାର ସୁରକ୍ଷାପାଇଁ 

ଆମ ସୈନ୍ୟ ଗଲେ ଶହିଦ ହୋଇ।। 

ମିଛ ଗରଵରେ ଦେଖାଏ ଟାଣ

ଭାଙ୍ଗିଦେଵେ ମୋଦୀ ତା ଟାଣ ପଣ.।

ଏକ ଇଞ୍ଚ ଆମେ ଛାଡି ନଦେଵା

ତାହାକୁ ଉଚିତ ଶାସ୍ତି ଯେ, ଦେଵା ।।

ଇଟାର ଜବାବ ପଥରେ ଦେଇ

ଲଢିବା ଭାରତ ମାତାର ପାଇଁ  ।।

ତା, ପାଇଁ ପଛକେ କଟୁ ରେ ଵେକ

ରଖିବା ଭାରତ ମାତାର ଟେକ ।।


ବନ୍ଦେ ମାତରଂ,ଜୟ ହିନ୍ଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational