STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଭାରତ ମାତାକି ଜୟ

ଭାରତ ମାତାକି ଜୟ

1 min
474

  

ଟିକି ଝରଣାଟି  ପାହାଡକୁ ଚିରି

   ବହୁଅଛି ଝରଝର,

କୁଳୁକୁଳୁ ନାଦ ପ୍ରତିଧ୍ୱନି ହୁଏ

  କି ମଧୁର ତା'ର ସ୍ୱର!


ଝରଣା ସେପାଖେ ଜାତୀୟ ପତାକା

   ଉଡୁଅଛି ଫରଫର,

ଦେଖିବା ପାଇଁକି  କୁନି ପିଲାଟିଏ

   ଯାଉଥିଲା ତରତର।


ବରଷାରେ ଓଦା  ଦେହଟି ତାହାର

   ଆଖିରେ ଆଖିଏ ସ୍ବପ୍ନ,

ଯିବ ସେ ଡେଇଁ  ବନ୍ଧୁର ପାହାଡ଼

   ଦେଖିବାକୁ ଭାରି ମନ।


ଗୋଡ଼ ଗଲା ଖସି  ପଡିଗଲା ତଳେ

    କାଦୁଅରେ ସରସର,

ଖାତିର ନ କରି  ପୁଣି ସେ ଉଠିଲା

   ମନରେ ଧରିଲା ଜୋର।


ପଡି ଉଠି ସେ ଯେ  ପହଁଚିଲା ଯାଇ

     କରିଲାନି ଯମା ଭୟ,

ଜାତୀୟ ପତାକା  ତଳେ ସେ କହିଲା

   ଭାରତ ମାତକି ଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational