STORYMIRROR

SRIKANTA PRADHAN

Inspirational

3  

SRIKANTA PRADHAN

Inspirational

ଭାରତ ମାତା

ଭାରତ ମାତା

1 min
716


ଧନ୍ୟ ମୋହର ଜୀବନ ଭାରତ ମାତା ସନ୍ତାନ

କେତେ ଜନ୍ମ ପୂଣ୍ୟବଳେ ଜନ୍ମ ଭାରତେ l


ଉନ୍ନତ ଯାର ସଂସ୍କୃତି ବିଶ୍ୱେ ଉଡ଼ାଏ ସୁଖ୍ୟାତି

ବାଣ୍ଟିଛି ଆଧ୍ୟାତ୍ମ ଜ୍ଞାନ ଧନ ମରତେ l


ଜାତି ଧର୍ମ ବର୍ଣ୍ଣ ହିଁ ନାହିଁ

ସଭିଙ୍କୁ ସନ୍ତାନ ମଣି ଅଛି କୋଳେଇ l


ହିମଆଳୟ ମୁକୁଟ ଶିରେ ଶୋହେ ଝଟ ଝଟ

ପୟୋଧି ପଖାଳେ ପଦାମ୍ବୁଜ ନିରତ l


ଗଙ୍ଗା ସିନ୍ଧୁ ଗୋଦାବରୀ ଯମୁନା କୃଷ୍ଣା କାବେରୀ

ବକ୍ଷେ ପ୍ରବାହିତ ବହୁ ପୂଣ୍ୟ ସରିତ l


ପ୍ଲାବନରେ ଶ୍ୟାମଳ ଶସ୍ୟ

ପ୍ରଲୋଭନ କରି ବିଶ୍ୱ ଜନ ମାନସ l


ଦେଖି ଯା ଉନ୍ନତ ଶିରି ବାହ୍ୟ ଆକ୍ରମଣ କାରି

ସହସ୍ର ବରଷ ଧନ କଲେ ଧନ ଲୁଣ୍ଠନ l


ଯବନ ହୁଣ ଆରବ ମୋଗଲ ଇଂରେଜ ସର୍ବ

ସଭ୍ୟତା ସଂସ୍କୃତି କରିଛନ୍ତି ଖଣ୍ଡନ l


ମାତ୍ର କାଳ କରାଳ ଗର୍ଭେ

ହାରି ଯାଇଛନ୍ତି ଫେରି ଭାରତୁ ସର୍ବେ l


ପାଇ ଯା ଜ୍ଞାନ କୌଶଳ ଜଗତ ଆଜି ସଫଳ

ତାର ଧ୍ବଂସ ହେତୁ ହୋଇ ବହୁ ଚେଷ୍ଟିତ


ଦିଏ ଶାନ୍ତିର ବାରତା ମୋହର ଭାରତ ମାତା

ଜାଣନ୍ତି ସରବେ ବିଶ୍ୱଗୁରୁ ଭାରତ l


ଜଗଦୀଶ ଯେଉଁ ଭୂମିରେ

ନାନାବିଧ ଅବତାରେ ଦୁଷ୍ଟ ସଂହାରେ l


ପ୍ରଣାମ ପଦ କଞ୍ଜରେ ଭକତି ପ୍ରେମ ଭାବରେ

ସନ୍ତାନ ସନ୍ତତି ତୋର ଅଟୁ ସକଳ l


ତୋହ ମାନ ରକ୍ଷା ପାଇଁ ଅକୁଣ୍ଠିତେ ପ୍ରାଣଦେଇ

ଜୀବନ ଆମର ମାତା ହେଉ ସଫଳ l


ପୂଣ୍ୟମୟୀ ଭାରତ ମାତା

ତୋ କୃପା ପ୍ରସାଦେ ଆମେ ଜଗତ ଜିତା l



Rate this content
Log in

Similar oriya poem from Inspirational