STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଭାରତ ଦେଶ ମହାନ

ଭାରତ ଦେଶ ମହାନ

1 min
138

ସତୁରି ବରଷ ଜନରାଜ୍ୟ ଆମ କୋଡିଏ କୋଡିଏ ଯୋଡି

କଲାମଂକ ସ୍ୱପ୍ନ ଭିଜନ ତାଙ୍କର ଖାଇଲୁଣି ଆମେ ପୋଡି

ବୃହତ୍ତମ ଗଣତନ୍ତ୍ର ବିଶ୍ୱର ସଳଖିଛି ତାର ଅଣ୍ଟା 

ତିନିଶ ସତୁରି ତିନି ତଲାକର କାଢି ଦେଲୁ ଆମେ କଣ୍ଟା

ସ୍ୱଛତା ଆଜି ମନ୍ତ୍ର ପାଲଟିଛି ପ୍ଲାଷ୍ଟିକ ମୁକ୍ତ ଭାରତ

ସଫଳତା ଦିଗେ ହୋଇଛୁ ଅଗ୍ରଣୀ ଅଗ୍ରଣୀ ହେବାରେ ରତ

କାଶ୍ମୀର ଆମର ଅବିଛେଦ୍ୟ ଅଙ୍ଗ ମାନିଲାଣି ସାରା ବିଶ୍ବ

ଚୀନ ପାକିସ୍ତାନ ପଡୋଶୀ ଆମର ନାଚନ୍ତି ଯେପରି ଅଶ୍ୱ

ଜାତିସଂଘ ଠାରେ ସୁରକ୍ଷା ପାର୍ଷଦେ ଦାବି ଆମ ଦୃଢୀଭୂତ

ଚାଇନା ଭାଇନା ଡରିଯାଏ ଶୁଣି ଦେଖିଲା ପରାଏ ଭୂତ

ଦବଦବା ଆମ ଦେଶର ବଢିଛି ପୃଥିବୀର କୋଣେ କୋଣେ

ଆମେରିକା ଦେଶେ ପ୍ରଭାବୀ ପାର୍ଷଦ ଭାରତୀୟ ଜଣେ ଜଣେ

ନାସା ବୈଜ୍ଞାନିକ ଭାରତ ବହୁଳ ଇସ୍ରୋ ପାଇ ସଫଳତା

ଚନ୍ଦ୍ର ଯାନ ୨ ବିଫଳ ନ ହେବ ମହାକାଶେ ହେବ ନେତା

ମେକ୍ ଇନ୍ ଇଣ୍ଡିଆ ସଫଳ ହୋଇଲେ ଚୀନା ହରାଇବ ସତ୍ତା

ଡିଜିଟାଲ୍ ହୋଇ ଦେଶ ଚମକୁଛି ଦୁର୍ନୀତିର କଟେ ପତା

ତଥାପି ପାଦ ତା ଟଳମଳ ହୁଏ ଧର୍ମ ନିରପେକ୍ଷ ବ୍ୟାଖ୍ୟା 

ନୂଆ କରି ଆଜି ଦେଶ କରୁଅଛି ଲଭି ନାହିଁ ଅବା ଶିକ୍ଷା। 

ବିବିଧତା ମଧ୍ୟେ ଏକତା ଦେଶର ବିଶ୍ୱ ଆଗେ ମହାନତା

ଭେଦଭାବ ଭୁଲି ଆଗକୁ ବଢିବା ବିଶ୍ୱ ଶକ୍ତିରେ ଭଣିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract