Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଭାରତ ଛାଡ଼ ଆନ୍ଦୋଳନ

ଭାରତ ଛାଡ଼ ଆନ୍ଦୋଳନ

1 min
440


ଭାରତୀୟ ସ୍ୱାଧୀନତା ସଂଗ୍ରାମର ଲୋମହର୍ଷଣକାରୀ

ଆନ୍ଦୋଳନ ତେଜି ଗାଆଁରୁ ଗାଆଁକୁ ବଢ଼େ ଆନ୍ଦୋଳନକାରୀ ।

ସରକାରୀ ଚାକିରୀକୁ ତେଜ୍ୟ କଲେ ପଦ ପଦବୀ ଛାଡ଼ିଲେ

ଅସହଯୋଗର ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହେଲେ ।

ଲବଣ ସତ୍ୟାଗ୍ରହ ବିଶ୍ୱରେ ପକାଇ ଦେଲା ଚହଳ

ହାତ ଫାଟି ରକ୍ତ ବହିଯାଉ ପଛେ ନକରିଲେ ହଟ୍ଟଗୋଳ ।

ବୟାଳିଶ ସାଲ ଅଗଷ୍ଟ ନଅରେ ଶେଷ ନିଷ୍ପତ୍ତି ହେଲା

ଗୋରା ସରକାର ଦେଶ ଛାଡ଼ିବାକୁ ଶେଷ ଆହ୍ୱାନ ଦେଲା ।

ରାଜଗୋପାଲାଚାରୀ ନାମିତ କଲେ ହଟିଯାଅ ଗୋରା ତୁମେ

ମହାତ୍ମା ଗ୍ରହଣ କଲେ ନାହିଁ ତାକୁ ଅଶିଷ୍ଟାଚାରର ନାମେ ।

ୟୁସୁଫ ମେହେରାଲି "ଭାରତ ଛାଡ଼"ର ନାମଟି ବାଛିକି ଦେଲେ

ଗାନ୍ଧୀଜୀଙ୍କ ମନ ଛୁଇଁଲା କଥାଟି ମୋହର ତହିଁ ମାରିଲେ ।

ଭଗବାନ ଭରଷାରେ ଛାଡ଼ିଯାଅ ଆମ କଥା ସମ୍ଭାଳିବୁ

ବିଦେଶୀ ଶାସନ ତିଳେ ହେଲେ ଆଉ ବରଦାସ୍ତ ନକରିବୁ ।

ନିଆଁ ପରି ବ୍ୟାପିଗଲା ଆନ୍ଦୋଳନ ଗୋରା ହେଲେ ହରବର

ଜାଣିଲେ ଏ ଦେଶ ଶାସନ କରିବା ନୁହେଁ ସହଜ ବ୍ୟାପାର ।

ସହୀଦ ବିପ୍ଳବ ଆଜାଦ ହିନ୍ଦ ଫଉଜର ଦେଖି ଦାଉ 

ଚର୍ଚ୍ଚିଲ କଲେ ଚିନ୍ତା ଭାରତର ଶାସନ ଚୁଲିକୁ ଯାଉ ।

ବିଭାଜନ ମଂଜି ବୁଣି ଭାଇ ଭାଇ ବିଭେଦ ଭରମ ଭରି

ଅଖଣ୍ଡ ଭାରତ ଖଣ୍ଡ ଖଣ୍ଡ ହେବ ଏପରି ଯୋଜନା କରି ।

ଶେଷେ ଦେଶ ଆମ ସ୍ୱାଧୀନ ହୋଇଲା ବାକି ସବୁ ଈତିହାସ

ଧରାବୁକେ ବୃହତ୍ତମ ଗଣତନ୍ତ୍ର "ବନ୍ଦେ ମାତରମ୍" ଉଚ୍ଛ୍ୱାସ ।

ଅଗଷ୍ଟ ନଅଟି ଅଗଷ୍ଟ ପନ୍ଦର ପାଇଁ ପଥ ପରିଷ୍କାର

ସ୍ମରଣୀୟ ହେଉ "ଭାରତ ଛାଡ଼" ଆନ୍ଦୋଳନ ଆପଣାର ।


Rate this content
Log in

Similar oriya poem from Inspirational