STORYMIRROR

Ajayakumar Mohanty

Inspirational

3  

Ajayakumar Mohanty

Inspirational

ଭାରତ ଭୁବନେ ଆସିବ କେ ଜଣେ

ଭାରତ ଭୁବନେ ଆସିବ କେ ଜଣେ

1 min
90


ଭାରତ ଭୁବନେ ଆସିବ କେ ଜଣେ 

 ସଦା ମୁଁ ଦେଖଇ ସପନେ ।

ହିଂସା ବାଦ ରାଗ ଘୃଣା 

ଦେବ ସେ ଦୂରେଇ 

ଲୋଭ ମୋହ ସ୍ୱାର୍ଥ ଯେତେ 

ଦେବ ସେ ଘୁଞ୍ଚାଇ 

ଫେରାଇ ଆଣିବ ଗାରିମା ଗୌରବ 

 ଭୁବନେ। 

ଶାନ୍ତି ମୈତ୍ରୀ ପ୍ରୀତି ଭାବେ 

ହସିବ ଏ ଭୂଇଁ 

ଏ ଭାରତେ ସ୍ୱର୍ଗ କିବା 

ଆସିବ ଓହ୍ଲାଇ 

ହସି ହସାଇବା ମନ ମିଶାଇବା 

 ଜୀବନେ। 

ଚାହିଁ ଚାହିଁ ରହିଛି ମୁଁ 

ସେଭଳି ଦିନକୁ 

ସତେ କି ସତ କରିବ 

କେହି ମୋ ସ୍ୱପ୍ନକୁ 

କିଏସେ ଆସିବ ସତେ ବିରାଜିବ 

 ଗୋପନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational