STORYMIRROR

Sisir Kumar Samal

Inspirational

2  

Sisir Kumar Samal

Inspirational

ଭାରତ ଆମ ଜନ୍ମଭୂମି

ଭାରତ ଆମ ଜନ୍ମଭୂମି

1 min
14.7K


ଭାରତ ଆମ ଜନ୍ମଭୂମି

ଭାରତ ଆମ ଦେଶ,

ତାହାରି ଲାଗି ଜୀବନ ଦେଵା

ରଖିଵା ତାହାରି ଯଶ ।।

ଜାତିର ପିତା ଗାନ୍ଧିଜୀ ଥିଲେ

ଥିଲା ଅହିଁସା ନୀତି,

ଅହିଁସା ବଳେ ଭାରତ ସାରା

ଥିଲା ଶାନ୍ତି ଓ ମୈତ୍ରୀ ।।

ବାର ଵରଷର ଵାଜି ରାଉତ

ଅଦ୍ଭୁଦ ତାହାର ଗାଥା,

ଏ ମାଟି ପାଇଁ ଜୀଵନ ଦେଲା

ନୂଆଁଇ ନାହିଁ ମଥା ।।

ପୁରୁଷ ସହ ନାରୀଙ୍କୁ ଏଠି

ଘାରଇ ଦେଶ ଚିନ୍ତା,

ଇତିହାସରେ ଵଣ୍ଣିତ ଅଛି

ଲକ୍ଷ୍ମୀବାଈଙ୍କ କଥା ।।

ନାରୀ ପୁରୁଷ ଜାତି ଅଜାତି

ଭେଦଭାବ ନାହିଁ ଦେଶେ,

ଯାହାର ପାଣି ପବନ ତାଳେ

ଆମ ତ୍ରିରଙ୍ଗା ହସେ ।।

ତ୍ରିରଙ୍ଗା ଆମ ଜାତୀୟ ଧ୍ଵଜା

କରିଵା ତାକୁ ସନ୍ମାନ,

ଏ ମାଟି ପାଇଁ ଜୀଵନ ଦେଇ

ରଖିବା ତାହାରି ମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational