STORYMIRROR

Pabitra Sahu

Abstract Fantasy

3  

Pabitra Sahu

Abstract Fantasy

ଭାରି ସୁନ୍ଦର ମୋ ରାଇଜ

ଭାରି ସୁନ୍ଦର ମୋ ରାଇଜ

1 min
273


ଭାରି ସୁନ୍ଦର ମୋ ରାଇଜ

      ଓଡ଼ିଶା ତା'ର ନାଆଁ

ଭାରି ସୁନ୍ଦର ମେଘ ମହ୍ଲାର

      ପାହାଡ଼ ଆକାଶ ଛୁଆଁ। 


ଭାରି ସୁନ୍ଦର ତା' ଆମ୍ୱ ତୋଟା

      ଗାଁ ସାଙ୍ଗ ସାଥୀ ମେଳ

ସବୁଜ କ୍ଷେତ, ନଈର କୂଳ

      ଲହଡି଼ ପବନ ତାଳ। 


ମଧୁର ଲାଗେ ଓଡ଼ିଆ ଭାଷା

      ଓଡ଼ିଆ ପଖାଳ କଂସା

ତାଳ ଗଛରେ ଦୂରରୁ ଦିଶେ 

      ବାଇଆ ବଧୂର ବସା। 


କେତେ ଆନନ୍ଦ ପୁନେଇଁ ପର୍ବ

      ବାର ମାସେ ତେର ଓଷା

କେଡ଼େ ସୁଆଦ କାକରା ପିଠା

     ଏଣ୍ଡୁରି, ଛେନା ଆରିଶା। 


ଭାରି ସୁନ୍ଦର ସେ ଜହ୍ନି ଓଷା

      କୁଆଁରୀ ଖୁଦୁରୁକୁଣୀ 

ଭାରି ସୁନ୍ଦର ଝୋଟିର ଚିତା 

      ମଗୁଶୁର ଠାକୁରାଣୀ। 


କେଡ଼େ ସୁନ୍ଦର ମୋ ଜଗନ୍ନାଥ

      ଆଷାଢ଼ ରଥ ଯାତରା  

ଭାରି ସୁନ୍ଦର ଆମ ଗୌରବ

      ସଂସ୍କୃତି ପରମ୍ପରା। 


ମୋହିତ ହ୍ୱନ୍ତି ବିଦେଶୀ ଜନେ 

     ଦେଖି ତାହାର ସୌନ୍ଦର୍ଯ୍ୟ

ଭାରି ମନୋହର କାରିଗରୀ

     ସ୍ଥାପତ୍ୟ, କଳା, ଭାସ୍କର୍ଯ୍ୟ। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract