STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଭାରି ମନେପଡ ତୁମେ

ଭାରି ମନେପଡ ତୁମେ

1 min
306


ସ୍ନେହ ଶ୍ରଦ୍ଧା ତ ବହୁତ କରିଛ

କାନ୍ଧେ ବସେଇ ବୁଲେଇ ନେଇଛ

ଭାରି କଡା ତୁମ ଅନୁଶାସନ ,

ଶିଖାଇଛ ପରା ଶୃଙ୍ଗଳ ଜ୍ଞାନ,

ଝିଅ ବୋଲି କେବେ ମୋତେ ଭାବିନ

ପୁଅ ନାହିଁ ବୋଲି ଦୁଃଖ କରିନ 


ସବୁବେଳେ କୁହ ମୋ ତିନି ଝିଅ,

ତିନି ଜ୍ବାଇଁ ମୋର ହେବେ ଯେ ପୁଅ,

ମିଶିକି ବସିବୁ ଚାରି ହେଁ ଯେବେ,

ଦୁଃଖ ମୋର ଦୂର ହୋଇବ ତେବେ,


ବେଳେ ବେଳେ ଲାଗେ ବହୁତ ଡର,

ପାଠ ନ ପଢିଲେ ତାଗିଦ କର,

ତୁମ ସେନାର ସେ ନୀତି ନିୟମ

ଲାଗୁ କରିଦିଅ ଘରରେ ଆମ

ଆଜି ତୁମେ ମନେ ପଡୁଛ ଭାରି

ଆଖିରୁ ମୋ ଝରେ ଲୋତକ ବାରି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy