STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଭାରି ମନେପଡ ତୁମେ

ଭାରି ମନେପଡ ତୁମେ

1 min
300


ସ୍ନେହ ଶ୍ରଦ୍ଧା ତ ବହୁତ କରିଛ

କାନ୍ଧେ ବସେଇ ବୁଲେଇ ନେଇଛ

ଭାରି କଡା ତୁମ ଅନୁଶାସନ ,

ଶିଖାଇଛ ପରା ଶୃଙ୍ଗଳ ଜ୍ଞାନ,

ଝିଅ ବୋଲି କେବେ ମୋତେ ଭାବିନ

ପୁଅ ନାହିଁ ବୋଲି ଦୁଃଖ କରିନ 


ସବୁବେଳେ କୁହ ମୋ ତିନି ଝିଅ,

ତିନି ଜ୍ବାଇଁ ମୋର ହେବେ ଯେ ପୁଅ,

ମିଶିକି ବସିବୁ ଚାରି ହେଁ ଯେବେ,

ଦୁଃଖ ମୋର ଦୂର ହୋଇବ ତେବେ,


ବେଳେ ବେଳେ ଲାଗେ ବହୁତ ଡର,

ପାଠ ନ ପଢିଲେ ତାଗିଦ କର,

ତୁମ ସେନାର ସେ ନୀତି ନିୟମ

ଲାଗୁ କରିଦିଅ ଘରରେ ଆମ

ଆଜି ତୁମେ ମନେ ପଡୁଛ ଭାରି

ଆଖିରୁ ମୋ ଝରେ ଲୋତକ ବାରି।






Rate this content
Log in

Similar oriya poem from Tragedy