STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ଭାରି ଗେହ୍ଲା ମୁଁ ଯେ

ଭାରି ଗେହ୍ଲା ମୁଁ ଯେ

1 min
365

     ଫୁଲ ଡାକେ ମୋତେ ଆସ ମୋ ପାଇଁକି

         ପ୍ରଜାପତି ହୁଅ ଥରେ

     କହେ ଋତୁଟିଏ ସବୁଠୁ ସୁନ୍ଦର

         ଆଣିଦେବ ସିଏ ଘରେ ।। 


     ନଈ ଡାକେ ମୋତେ ଆସ ମୋ ପାଇଁକି

         ଜଳଭଉଁରୀଟେ ହୋଇ

     କହେ ସାଥେ ମିଶି ଖେଳିବ ସେ ଖେଳ

         ଦକ ଦେବ ଦୂରେ ଥୋଇ ।। 


     ଦିନମଣି ଡାକେ ଆସ ମୋ ପାଇଁକି

         ଆଲୋକ ହୋଇଯା' ଆସ

     କହେ ଆଣି ଖୁସି ଅଜାଡିବ ମୁହେଁ

         ଫୁଟାଇବ ଦରହାସ ।। 


     ଜହ୍ନ ଡାକେ ମୋତେ ଆସ ମୋ ପାଇଁକି

         ହୁଅ ପୂର୍ଣ୍ଣିମାର ରାତି

     କହେ ଦେବ ଆଣି ରୂପେଲି ଜୋଛନା

         ନାଚ ଗୀତ ଜାତି ଜାତି ।। 


     ଗଛ ଡାକି କହେ ଆସ ମୋ ପାଇଁକି

         ହୋଇଯାଅ ଗୋଟେ ପକ୍ଷୀ

     କହେ ହେବ ସାଥୀ ସାରାଜୀବନକୁ

         କୋଳରେ ଧରିବ ରଖି ।। 


     ନଭ ଡାକି କହେ ଆସ ମୋ ପାଇଁକି

         ହୋଇଯାଅ ଇନ୍ଦ୍ରଧନୁ

     କହେ ହେବ ସିଏ ଆନନ୍ଦେ ବିଭୋର

         ଦେଖି ମୋ ସୁନ୍ଦର ତନୁ ।। 


     ମାଟି ଡାକି କହେ ଆସ ମୋ ପାଇଁକି 

         ହୁଅ ତୁମେ ଟିକି ଚାରା

     କହେ ଦେବ ମୋତେ ସୁଷମ ଆହାର

         ବରଷାର ଜଳଧାରା ।। 


     ସିନିହ ଶରଧା କଥା ଇଏ ସବୁ

         ବୁଝେ ମୁହିଁ ଭଲକରି

     ଭାରି ଗେହ୍ଲା ମୁଁ ଯେ ସଭିଙ୍କ ଆଖିରେ

         ପିଲାଟିଏ ସୁନା ପରି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational