STORYMIRROR

PRABHAS KUMAR MOHAPATRA

Thriller Others

3  

PRABHAS KUMAR MOHAPATRA

Thriller Others

ଭାରି ଡର ଲାଗେ

ଭାରି ଡର ଲାଗେ

1 min
343

ଅତୀତରେ ଯେବେ ଛୋଟ ହୋଇଥିଲି

ଲାଗୁଥିଲା ଭୂତ ଭୟ ।

ଭୂତ ଠାରୁ ରକ୍ଷା ପାଇବା ପାଇଁ କି

ମା ପାଖେ ନିଏ ଆଶ୍ରୟ ।।୧


ଆଉ ଟିକେ ଯେବେ ବଡ଼ ମୁଁ ହୋଇଲି

ପଡ଼ିଲା ବସ୍ତାନି ଭାର ।

ପାଠ ଯଦି କେବେ କରି ମୁଁ ନଥାଏ

ଲାଗଇ ବେତର ଡର ।।୨


ଦୁଷ୍ଟାମି ର ଯେବେ ଚରମେ ପହଞ୍ଚେ

ଲାଗଇ ବାପାଙ୍କୁ ଡର ।

ଖଟ ତଳେ ଗଳେ ବିକଳେ ଡହଳେ

ଛାଟ ର ଯେଉଁ ପ୍ରହାର।।୩


ଆଜି ଭୟ ଲାଗେ ସମାଜ ପାଇଁଁ ଯେ

ହେଲାଣି ଯେ କଳୁଷିତ ।

ରାଜ ପଥେ ଏଠି ଘଟଣା ଘଟୁଛି

ମଣିଷ ଖାଏ ରକତ ।।୪


ଚାଲିବାକୁ ଲାଗେ ଆଜି ଭୟ ସଦା

ହେଉ ଅବା ଦିନ ରାତି ।

ଆଜି ଟାଉଟର ଗୁଣ୍ଡା ଦୁଷ୍ଟ ନର

ସମାଜେ ଗଲେଣି ମାତି ।।୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller