ଭାରି ଡର ଲାଗେ
ଭାରି ଡର ଲାଗେ
ଅତୀତରେ ଯେବେ ଛୋଟ ହୋଇଥିଲି
ଲାଗୁଥିଲା ଭୂତ ଭୟ ।
ଭୂତ ଠାରୁ ରକ୍ଷା ପାଇବା ପାଇଁ କି
ମା ପାଖେ ନିଏ ଆଶ୍ରୟ ।।୧
ଆଉ ଟିକେ ଯେବେ ବଡ଼ ମୁଁ ହୋଇଲି
ପଡ଼ିଲା ବସ୍ତାନି ଭାର ।
ପାଠ ଯଦି କେବେ କରି ମୁଁ ନଥାଏ
ଲାଗଇ ବେତର ଡର ।।୨
ଦୁଷ୍ଟାମି ର ଯେବେ ଚରମେ ପହଞ୍ଚେ
ଲାଗଇ ବାପାଙ୍କୁ ଡର ।
ଖଟ ତଳେ ଗଳେ ବିକଳେ ଡହଳେ
ଛାଟ ର ଯେଉଁ ପ୍ରହାର।।୩
ଆଜି ଭୟ ଲାଗେ ସମାଜ ପାଇଁଁ ଯେ
ହେଲାଣି ଯେ କଳୁଷିତ ।
ରାଜ ପଥେ ଏଠି ଘଟଣା ଘଟୁଛି
ମଣିଷ ଖାଏ ରକତ ।।୪
ଚାଲିବାକୁ ଲାଗେ ଆଜି ଭୟ ସଦା
ହେଉ ଅବା ଦିନ ରାତି ।
ଆଜି ଟାଉଟର ଗୁଣ୍ଡା ଦୁଷ୍ଟ ନର
ସମାଜେ ଗଲେଣି ମାତି ।।୫
