STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
193

ଭାରି ଭଲ ଲାଗେ କାଉ ଯେବେ ରାବେ

ମଥାନ ଉପରେ ବସି,

ଭାରି ଭଲ ଲାଗେ ନିଦ ଭାଙ୍ଗିଯାଏ

ମନ ହୋଇଯାଏ ଖୁସି 


ଭାରି ଭଲ ଲାଗେ ସଅଳ ସଅଳ 

ଶେଯ ଛାଡି ଉଠିଗଲେ,

ଭାରି ଭଲ ଲାଗେ ଥଣ୍ଡା ପବନରେ

ଘଡିଏ ବୁଲି ଆସିଲେ 


ଭାରି ଭଲ ଲାଗେ ସାଙ୍ଗସାଥୀ ମେଳେ

ବୁଲିବାକୁ ମେଳାଯାତ,

ଭାରି ଭଲ ଲାଗେ ଶୁଣିବାକୁ କେତେ

ମନପସନ୍ଦର ଗୀତ


ଭାରି ଭଲ ଲାଗେ ମାଆର ସେନହେ

ଯେବେ ଯାଏ ମୁଁ' ଯେ ହଜି,

ଭାରି ଭଲ ଲାଗେ ବାପାଙ୍କ ଆକଟ

ଉଠନ୍ତି ଯେବେ ଗରଜି


ଭାରି ଭଲ ଲାଗେ ପୁନେଇଁ ପରବେ

ଖାଇବାକୁ ପିଠାପଣା,

ଭାରି ଭଲ ଲାଗେ ପଢିବାକୁ ପାଠ

ଜଣା ହେଉ ବା ଅଜଣା


ଭାରି ଭଲ ଲାଗେ ବଗିଚାରେ ନିତି

ଧରିବାକୁ ପ୍ରଜାପତି,

ଭାରି ଭଲ ଲାଗେ ନାଲି ନେଳି ଫୁଲ

ଫୁଟେ ଯେବେ କେତେ ଜାତି


ଭାରି ଭଲ ଲାଗେ ଖେଳିବାକୁ ଖେଳ

ବୋହୁଚୋରୀ କିତିକିତି,

ଭାରି ଭଲ ଲାଗେ ଦେହ ମନ ଆମ

ସୁସ୍ଥ ରହେ ଯଦି ନିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract