ଭାଲୁକାଣୀ ଓଷା
ଭାଲୁକାଣୀ ଓଷା
ବନ୍ଦେଇ ହରି ଲକ୍ଷ୍ମୀ ଦେବୀ
ସର୍ବ ମଙ୍ଗଳା ମାତା ସେବୀ ।
ଲଭିବା ସୁଖ ଶାନ୍ତି ଯଶ
ହୋଇବେ ନରନାରୀ ବସ ।
ଖୁଦୁରୁକୁଣୀ ଓଷା ପରି
ଦୁର୍ଗାଙ୍କୁ ମାନସିକ କରି ।
ରବି ବାସରେ ପୂଜା ବିଧି
ଚାରିପାଲିରେ ସର୍ବ ସିଦ୍ଧି ।
ପ୍ରାତ କାଳରୁ ସେଜ ଛାଡି
ତୋଳିବା ପୁଷ୍ପ ବାଡ଼ି ବାଡ଼ି ।
ପୂଜା ଘରକୁ ଲିପି ପୋଛି
ଦୁର୍ଗା ମୁରତୀ ରଖି ଅଛି ।
ଗାଧୋଇ ସାରି ଗଙ୍ଗା ଜଳେ
ସଫା ବସନ ପିନ୍ଧି ଦଳେ ।
କୁମାରୀ ମାନେ ପୂଜା ଘରେ
ଛିଞ୍ଚିବେ ଜଳ ଧରି କରେ ।
ଫୁଲଚନ୍ଦନ ଧୂପ ଦୀପ
ଝୁଣା,ଗୋଗଲ,ବାସୁ ଥିବ ।
ଘଣ୍ଟ,ଆଳତି,ପୂଜା ମାତା
ଖୁଦୁରୁକୁଣୀ ଓଷା ଖାତା ।
ନାରିକେଲକୁ ନିଚେ ଥୋଇ
ଉଖୁଡା ,ପଞ୍ଚାମୂର୍ତ ଖୋଇ।
ମାଆକୁଁ କରିବ ପ୍ରଣତି
ଚକାଆସନେ ଧୀର ମତି ।
ଗାଇବ ତଅପୋଇ କଥା
ଶୁଣିବ ଧୀରେ ଦେଇ ମଥା ।
ବଣିକ ସୁଦର୍ଶନ ପାଲା
ଛ ଭାଇରେ ଏକ ବାଳା ।
ତା ନାମ ତଅପୋଇ ଜ।ଣ
ଆଦର ତାର ରୂପ ଗୁଣ ।
ସାନ ଭାଇ ର ଗଣ୍ଠି ଧନ
ଗେଲ୍ହ।ବୟସ ଖୁସି ମନ ।
ଭାଇଏ ଗଲେ ବୋଇତରେ
ଭାଉଜ ମାନେ ଥିଲେ ଘରେ ।
ତପୋଇକୁ ଦେଲେ ଗାଳି
ଜଙ୍ଗଲ ଗଲା ନେଇ ଛେଳି ।
ସାନ ଭାଉଜ ଦୁଃଖ ମନେ
ଲୁଚେଇ ଖାଦ୍ୟ ଦିଏ ଦିନେ ।
ବଡ଼ଭାଉଜ ମାଡ଼ ଗାଳି
ସାନକୁ ଛାଡି ଦେଲେ ତାଳି ।
ବଣକୁ ଗଲା ଛେଳି ନେଇ
ଭୋକଉପାଶେ ଫେରେ ସେଇ ।
ଛେଳିଛୁଆଟି ହଜିଗଲା
ମାଡ଼ ଗାଳିରେ ପରି ମଲା ।
ବନସ୍ତେ ବନଦୁର୍ଗା ପୂଜି
ଛେଳିଛୁଆକୁ ପାଏ ଖୋଜି ।
ବୋଇତ ମଝି ଦରିଆରେ
ତପୋଇ ର କାନ୍ଦ ଥରେ ।
ଶୁଣିଲେ ଭାଇ ମାନେ କାନ୍ଦ
ବାହୁଡ଼ି ଦେଖିଲେ ଏମନ୍ତ ।
ଗେହ୍ଲା ଭଉଣୀ ତପୋଇ
ଛେଳି ଚରାଏ ବନେ ଥାଇ ।
ତପୋଇକୁ ପାଖେ ଆଣି
କହିଲେ ଦେବୁ ନାକ ହାଣି ।
ବୋଇତ ଫେରି ଆସେ ଦେଖି
ବଂଦେଇ ବାକୁ ଗଲେ ସେକି ।
ଭାଉଜ ବନ୍ଦାପନା କରି
ତପୋଇସେ ଛୁରୀ ଧରି ।
କଟିଲା ସବୁରିଙ୍କ ନାକ
ସାନ ଭାଉଜ ନାହିଁ ରାଗ ।
ବଂଦେଇ ଦେବୀ ପାରର୍ବତୀ
କଲ୍ୟାଣ କର ମହାସତୀ ।
ଶକତି ଦିଅ ଭଗବତୀ
କଳଙ୍କ ଯାଉ ହୁଏ ସତୀ ।
ତୁମ ସଂସାର ପରି ମୋର
ସୁନ୍ଦର ସ୍ୱାମୀ ପରିବାର ।
ଲଭିବି କରୁଅଛି ଅଳି
ପୁଜୁଛି ମାତ ଚାରି ପାଳି ।
(କ୍ରମଶଃ ଦୁତୀୟ ଭାଗ)
ଭାଦ୍ରବ ମାସ ପ୍ରତି ରବିବାର ଖୁଦୁରୁକୁଣୀ ଓଷା ।ଉତ୍କଳୀୟ ବାଳିକା,ଯୁବତୀ ମାନଙ୍କ ଆରାଧନା ର ନିଆରା ପରମ୍ପରା । ଉତ୍କଳୀୟ ନୌବାଣିଜ୍ୟ କୁ ମନେପକାଇ ସାଧବ ପୁଅ କଂ କାହାଣୀ ସହିତ ଜଡିତ ଏହି ଧର୍ମୀୟ ପରମ୍ପର। ତପୋଇ ।
