STORYMIRROR

Saroj Satpathy

Abstract

2  

Saroj Satpathy

Abstract

ଭାଲେଣ୍ଟାଇନ୍ ବ୍ରତ ମହିମା

ଭାଲେଣ୍ଟାଇନ୍ ବ୍ରତ ମହିମା

1 min
100

ଶୁଣ ଆହେ ସୁଧିଜନ ଦେଇ ମନ କର୍ଣ୍ଣ

ଭାଲେଣ୍ଟାଇନ ବ୍ରତର କରୁଛି ବିଧାନ


ଫେବୃଆରୀ ଚଉଦକୁ ପଡେ ଶୁଭ ଦିନ

ପାଶ୍ଚାତ୍ଯରୁ ମାଡିଆସି ଶୋଭେ ହିନ୍ଦୁସ୍ଥାନ


ଭାଲେଣ୍ଟାଇନ ନାମେ ସେ ଅଟଇ ସନ୍ଥ

ପ୍ରେମ ଦିବସରେ ତାଙ୍କ ନାମ ହୃଦେ ଚିନ୍ତ


ସାତ ଦିନ ପୁର୍ବୁ ଆସେ ଅନେକ ଦିବସ

ଗୋଲାପ ଦିବସୁ ଆରମ୍ଭ କିଇସ ରେ ଶେଷ


ଫେବୃଆରୀ ଚଉଦକୁ ଯେତେ ନରନାରୀ

ଗୋଲାପ ଧରିଣ ହସ୍ତେ ଯାଆନ୍ତି ବାହାରି


ପାର୍କ ହୋଟେଲ ଅବା ରାସ୍ତାଘାଟ ଗଳି

ଚତୁର୍ଦିଗେ ରଖି ନିଘା କରନ୍ତି ଗହଳି


ଅର୍ପଣ କରିଣ ପୁଷ୍ପ ଦୁହେଁ ଦୁହିଁ ହାତେ

ଜଣେଇ ଦିଅନ୍ତି ପ୍ରେମ ଗଭୀରତା କେତେ


ଯେଉଁ ନର ନାରୀ ସୀମା ବାହାରେ ଚାଲନ୍ତି

ବଜରଙ୍ଗୀ ଶିବସେନା ହାବୁଡେ ପଡନ୍ତି


ଭାଲେଣ୍ଟାଇନ ବ୍ରତର ମହିମା ଅପାର

ଦିନୁଦିନ ବ୍ରତଧାରୀ ବଢନ୍ତି ସତ୍ବର


ଯେଉଁ ନରନାରୀ ଏହି ବ୍ରତକୁ ପାଳନ୍ତି

ପାପ ପୁଣ୍ଯ ଭଲମନ୍ଦ ସେମାନେ ଯାଣନ୍ତି


ନଧରିବ ସୁଧିଜନେ ଦୋଷଟି ମୋହର

ହେଲେ ଇଛା ରଖ ବ୍ରତ ନହେଲେ ନକର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract