ଭାଲେଣ୍ଟାଇନ୍ ବ୍ରତ ମହିମା
ଭାଲେଣ୍ଟାଇନ୍ ବ୍ରତ ମହିମା
ଶୁଣ ଆହେ ସୁଧିଜନ ଦେଇ ମନ କର୍ଣ୍ଣ
ଭାଲେଣ୍ଟାଇନ ବ୍ରତର କରୁଛି ବିଧାନ
ଫେବୃଆରୀ ଚଉଦକୁ ପଡେ ଶୁଭ ଦିନ
ପାଶ୍ଚାତ୍ଯରୁ ମାଡିଆସି ଶୋଭେ ହିନ୍ଦୁସ୍ଥାନ
ଭାଲେଣ୍ଟାଇନ ନାମେ ସେ ଅଟଇ ସନ୍ଥ
ପ୍ରେମ ଦିବସରେ ତାଙ୍କ ନାମ ହୃଦେ ଚିନ୍ତ
ସାତ ଦିନ ପୁର୍ବୁ ଆସେ ଅନେକ ଦିବସ
ଗୋଲାପ ଦିବସୁ ଆରମ୍ଭ କିଇସ ରେ ଶେଷ
ଫେବୃଆରୀ ଚଉଦକୁ ଯେତେ ନରନାରୀ
ଗୋଲାପ ଧରିଣ ହସ୍ତେ ଯାଆନ୍ତି ବାହାରି
ପାର୍କ ହୋଟେଲ ଅବା ରାସ୍ତାଘାଟ ଗଳି
ଚତୁର୍ଦିଗେ ରଖି ନିଘା କରନ୍ତି ଗହଳି
ଅର୍ପଣ କରିଣ ପୁଷ୍ପ ଦୁହେଁ ଦୁହିଁ ହାତେ
ଜଣେଇ ଦିଅନ୍ତି ପ୍ରେମ ଗଭୀରତା କେତେ
ଯେଉଁ ନର ନାରୀ ସୀମା ବାହାରେ ଚାଲନ୍ତି
ବଜରଙ୍ଗୀ ଶିବସେନା ହାବୁଡେ ପଡନ୍ତି
ଭାଲେଣ୍ଟାଇନ ବ୍ରତର ମହିମା ଅପାର
ଦିନୁଦିନ ବ୍ରତଧାରୀ ବଢନ୍ତି ସତ୍ବର
ଯେଉଁ ନରନାରୀ ଏହି ବ୍ରତକୁ ପାଳନ୍ତି
ପାପ ପୁଣ୍ଯ ଭଲମନ୍ଦ ସେମାନେ ଯାଣନ୍ତି
ନଧରିବ ସୁଧିଜନେ ଦୋଷଟି ମୋହର
ହେଲେ ଇଛା ରଖ ବ୍ରତ ନହେଲେ ନକର
