STORYMIRROR

Satyanarayan Sahoo

Classics Inspirational Children

4  

Satyanarayan Sahoo

Classics Inspirational Children

ଭାଇ ଭଉଣୀ

ଭାଇ ଭଉଣୀ

1 min
300

ଟିକି ଶିଶୁ ଦିହେଁ ଭାଇ ଭଉଣୀ

ଦିଅନ୍ତି ସବୁଠି ହରଷ ବୁଣି ।


ନାଚିଖେଳି ଗାଇ ମନ ଖୁସିରେ

ହସି ହସି ନିତି ସ୍ନେହ ଆଦରେ ।


ସାଙ୍ଗ ସାଥୀ ମେଳେ କି ଅବା ଘରେ

ସବୁ ଠାରେ ତାଙ୍କ ମୁଖ ହସରେ ।


ଭରି ରହି ଦିଶେ ଆହା କି ଶୋଭା

ଟିକି ଦେହ ବେଶ ସୁ‐ ମନଲୋଭା ।


ପାଠ ପଢା ବେଳେ ପଢନ୍ତି ପାଠ

ଖେଳ ବେଳେ ଖେଳି ଉତ୍ତମ ଚାଟ ।


ହୋଇ ସେ ପଢନ୍ତି ବିଦ୍ଯାଳୟରେ

ଚତୁର୍ଥ ଶ୍ରେଣୀରେ ଭଉଣୀ ପଢେ ।


ତୂତୀୟ ଶ୍ରେଣୀରେ ପଢଇ ଭାଇ

ପ୍ରତି ଦିନ ଥାନ୍ତି ଏକାଠି ଯାଇ ।


ଖାଆନ୍ତି ସାଥିରେ ଖେଳନ୍ତି ପୁଣି

ଜେଜୀମା ' ପାଖରୁ କାହାଣୀ ଶୁଣି ।


କହନ୍ତି ଜେଜୀମା ' କହ ଏପରି

କାହାଣୀ ଯେଉଁଠି ଶୈଶବ ଧରି ।


ଶିଶୁଙ୍କ ପ୍ରତିଭା ଗୁଣ ଗାରିମା

ବୁଦ୍ଧି , ବିଦ୍ଯା ,ଜ୍ଞାନ କୌଶଳ ସୀମା ।


ଆବେଗ , ଆହ୍ବାନ ପ୍ରାଣ ‐ପ୍ରାଚୁର୍ଯ୍ଯ

ଭରପୁର ଥାଇ ,ଥିବ ଔତ୍କର୍ଷ୍ଯ ।


ହସ ରସ ଭାଷ ସବୁ ମଧୁର

ଥାଇ ହୋଇ ଥିବ ସୁ ‐ମନୋହର ।


ସେପରି କାହାଣୀ କେତେ ସୁନ୍ଦର

ସ୍ନେହ ଶରଧାର ଅମୀୟ ଝର ।


ପଶୁ ପକ୍ଷୀ କଥା ମିଶିକି ଥିବ

ଶୁଣିବା ଶିଖିବା ମଜା ଲାଗିବ ।


କହିଲେ ଜେଜୀମା' ଶୁଣରେ ପିଲେ

ପଶୁ ପକ୍ଷୀ କଥା ଶୁଣିବ ଭଲେ ।


ଜାଣିବ ଶିଖିବ ଅନେକ କଥା

ଭାବିଲା ବେଳକୁ ଘୁରାଏ ମଥା ।


ହୁଅନ୍ତି ନି କେବେ ହେଲେ ଅଝଟ

ପଢୁ ଥାନ୍ତି ମନ ଲଗାଇ ପାଠ ।


ବାପା ମାଆ କଥା ମାନି ଚଳନ୍ତି

ସଭିଏଁ କରନ୍ତି ଆଦର ନିତି ।


କେବେ ହେଲେ ପାଠ ପଢାରେ ହେଳା

କରନ୍ତି ନି , ମନ ଲଗାଇ ପଢା ।


କରି ଯାଇ ଥାନ୍ତି ସେ ପ୍ରତି ଦିନ

ଶିକ୍ଷକ ବେନିଙ୍କୁ ସ୍ନେହ ପ୍ରଦାନ ।


ସାଥେ କେତେ ନବ ନବ ଆହ୍ବାନ

ସହିତ ଦିଅନ୍ତି ପ୍ରେରଣା ମାନ ।


ବଡ ହେବା ପାଇଁ ଆଶିଷ ପୁଣି  

ଦେଇ ଶିଖାଅନ୍ତି ବହୁ କରଣି  ।


ଗୁରୁ ଜନେ ଭକ୍ତି କରନ୍ତି ସଦା  

ସାଜନ୍ତି ସବୁରୀ ଆନନ୍ଦ ପ୍ରଦା ।


କୌତୂହଳୀ ମନେ କେତେ ଯେ ନିତି

ଆହରି ଚାଲନ୍ତି ସୁ‐ ଅନୁଭୁତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics