Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lokanath Rath

Inspirational

3  

Lokanath Rath

Inspirational

ଭାଇ ଭଉଣୀ

ଭାଇ ଭଉଣୀ

2 mins
267


କିଛି କିଛି କଥା ଲାଗେ ସତେ ଅଟେ ଅମୃତ ବାଣୀ, 

ପୋଛିଲେ ତାକୁ ଲିଭେ ନାହିଁ, ସେ ତ ନୁହେଁ ମନଗଢା କାହାଣୀ. 

ସେ ତ ଅଟେ ଏକ ଅମୂଲ୍ୟ ସମ୍ପର୍କ, ଗଢ଼ିଛି ବିଧାତା, 

ଯାହା ପାଶେ ଅଛି ସବୁ କର୍ମ ର ହିସାବ ଖାତା. 

କର୍ମ ବଳେ ଧର୍ମ କରି ଲାଭ ହୁଏ ମଣିଷ ଜନମ, 

ପୁଣି ଈଶ୍ୱର କୃପାରୁ ମିଳେ ଭାଇ ଭଉଣୀଙ୍କ ଅତୁଟ ପ୍ରେମ. 

ସଂସାର ଭିତରେ ଏହା ଏକ ଅମୂଲ୍ୟ ସମ୍ପର୍କ, 

ଭାଗ୍ୟରେ ଥିଲେ ମିଳଇ, ଏହା ନୁହେଁ ମନ ଗଢ଼ା ଡ଼ାକ. 

କେତେ କେତେ ଲୋକ ଖୋଜନ୍ତି ଭଉଣୀର ସ୍ନେହ, 

କେହି କେହି ପୁଣି ବ୍ୟାକୁଳ ହୁଅନ୍ତି ଦେଖିବାକୁ ଭାଇର ମୁହଁ. 

ପୁଣି କେହି କୁହନ୍ତି ସବୁ ଅଟେ ପୂର୍ବ ଜନ୍ମର ଫଳ, 

ଭାଗ୍ୟରେ ଥିଲେ ହୁଏ ଜନ୍ମେ ଜନ୍ମେ ଭାଇ ଭଉଣୀଙ୍କ ମେଳ.........


ଭାଇ ଯେବେ ହୁଏ ବଡ଼ ଭାଇ କେଉଁ ଘରେ, 

ସାନ ଭଉଣୀକୁ ସ୍ନେହ ଦିଏ ବଡ଼ ଆଦରରେ. 

ମାତା ପିତା ପରି ଆକଟ ବି କରେ ବଡ଼ ଭାଇ, 

ସବୁ ଦୁଃଖ କଷ୍ଟ ସହି ଯାଏ ସେ ଭଉଣୀ ପାଇଁ. 

କାଖେଇ କୋଳେଇ ପିଲାଦିନୁ ଢାଳେ ମମତାର ଚାଦର, 

ଛାଇ ପରି ସଦା ରହିଥାଏ ସେ ତା ଭଉଣୀ ସହ କରି ଆଦର. 

ପିତା ମାତା ପରି ଯତନେ ରଖେ ସେ ବୁଝେ ତା ମନ କଥା, 

ସଜାଗ ରହେ ସେ ସଦା, କେବେ ନ ଦିଏ ତା ମନେ ବ୍ୟଥା. 

ସଜାଏ ସେ ମନେ ତା ପାଇଁ ସପନ, ଭବିଷ୍ୟତ ପାଇଁ, 

ଖୋଜେ ରାଜ କୁମାର ତା ଜୀବନ ସାଥୀ ହେବା ପାଇଁ. 

ବଡ଼ ମିଠା ଏହି ରକ୍ତର ସମ୍ପର୍କ, ସେ ତ ଅମର କାହାଣୀ, 

ଆଜୀବନ ଏହା ଧରା ପୃଷ୍ଠେ ରହେ, ସେ ତ ଭାଇ ଭଉଣୀ............... 


ସାନ ଭାଇ ହେଉ ବଡ଼ ଭାଇ ହେଉ, ସେ ତ ଭଉଣୀର ଅଟେ ପ୍ରିୟ, 

ଯେତେ ମାଡ଼ ମରା ମାରି ହେଲେ, ରଖେ ଭାଇ ପ୍ରତି ସଦା ଲୟ. 

ମାତା ପରି ସଦା ଢାଙ୍କେ ତା ମମତାର ଚାଦର, 

ଭାଇ ପାଇଁ କରେ ବହୁ ତ୍ୟାଗ, ସେ ତ ତା ସହୋଦର. 

ପିଲାଦିନୁ ସଦା ଖେଳେ ହସ ଖୁସିରେ ଭାଇ ସାଙ୍ଗରେ, 

ମଜା ନେବା ପାଇଁ ଚୁଗୁଲି ବି କରେ ପିତାଙ୍କ ଆଗରେ. 

ରକ୍ଷା ବନ୍ଧନରେ ବନ୍ଦଇ ଭାଇକୁ, ନେଇଥାଏ ବଚନ, 

ଜୀବ ଥିବା ଯାଏ ରକ୍ଷା ସେ କରିବ ରଖି ସମ୍ପର୍କର ସମ୍ମାନ. 

ଭାଇ ଦୁଃଖ ଦେଖି କାନ୍ଦେ ତା ହୃଦୟ, ଝରେ ତା ଆଖିରୁ ଲୁହ, 

ତେବେ ପାଶେ ପାଶେ ଥାଏ ସାହସ ଦେବାକୁ ବୁକୁରେ ଚାପି କୋହ. 

ଭାଇର ମାନ ସମ୍ମାନ ଅଟେ ସର୍ବୋପରି, ସେ ତ ବଡ଼ ଅଭିମାନିନୀ, 

ଭାଇ ପରି କେହି ବୁଝନ୍ତିନି ତା ମନକୁ, 

ସେମାନେ ପରା ଭାଇ ଭଉଣୀ..... 


ଯୁଗେ ଯୁଗେ ପରା ରହିଅଛି ଏହାର ଦୃଷ୍ଟାନ୍ତ, 

ଭାଇ ଭଉଣୀର ଏହି ସୁନ୍ଦର ସମ୍ପର୍କ ନ ହୁଏ କେବେ ଅନ୍ତ. 

ଭାଇ ରୁଷି ଗଲେ, ଭଉଣୀ ମନାଏ, 

ଭଉଣୀକୁ ସଦା ଭାଇ ହିଁ ତ ବୁଝାଏ. 

ଭଉଣୀର ସୁଖର ସପନ ଭାଇ ସଦା ଦେଖୁଥାଏ, 

ଭାଇର ଦୁଃଖରେ ସଦା ଭଉଣୀ ସାଥୀ ହୋଇଥାଏ. 

ଯେତେ ଯିଏ ଯାହା କହୁ, କରୁ ଯେତେ ଭର୍ତ୍ସନା, 

ଏ ସମ୍ପର୍କ ଏମିତି ଅଟଇ, ତୁଟେ ନାହିଁ ସେ ଜମା. 

ଏ ସଂସାର ଏବେ ବି ଦିଏ ଏ ସମ୍ପର୍କ କୁ ଶ୍ରେଷ୍ଠ ସମ୍ମାନ, 

ତା ମଧ୍ୟରେ ରହିଥିଲେ ଯେତେ ବି ମାନ ଅଭିମାନ. 

ଯେତେ ଲେଖୁଥିଲେ ଲେଖା ସରିବନି,ଥକିବ ଲେଖନୀ, 

ସମ୍ପର୍କର ନଦୀ ତୀରେ ଅକ୍ଷୁର୍ଣ୍ଣ ସେ ମମତାରେ ବନ୍ଧା ଭାଇ ଭଉଣୀ............



Rate this content
Log in