Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lokanath Rath

Tragedy Classics Inspirational

4  

Lokanath Rath

Tragedy Classics Inspirational

ଭାଇ ଭାଇର ଖେଳ

ଭାଇ ଭାଇର ଖେଳ

2 mins
213


ଏକା ମା ଠାରୁ ଜନମି ହେଲେ ସମ୍ପର୍କରେ ଭାଇ ଭାଇ, 

ବଢିଲେ ଏକ ସଙ୍ଗେ ମାତା ପିତାଙ୍କର ଆଶିଷ ପାଇ l


ପିଲାଦିନ କଥା ବଡ଼ ସ୍ମରଣୀୟ, ସେ ତ ଅଭୁଲା ଅତୀତ, 

ଏକ ଛାତ ତଳେ ହସି କାନ୍ଦି ଖେଳିଲେ ଧରି ହାତ l


ପାଠ ପଢା ବେଳେ, ବଡ଼ ଦିଏ ସାନକୁ ବହୁତ ବୁଝାଇ, 

ବଡ଼ ଲୁହ ପୋଛିଦିଏ ଯେବେ ସାନ ଡାକିଦିଏ ଭାଇ l


ଏକ ସଙ୍ଗେ ମିଶି ବିଦ୍ୟାଳୟ ଗଲେ ବିଦ୍ୟା ଲାଭ ପାଇଁ, 

ବଡ଼ ଜଗିଥାଏ ସାନକୁ ଗୋଡ଼େ ଗୋଡ଼େ ମାତାଙ୍କ ଆଦେଶ ପାଇ l

 

ଧୀରେ ଧୀରେ ସେ ବଡ଼ ହେଇଗଲେ ସମୟ ସଙ୍ଗେ ତାଳ ଦେଇ, 

ନିଜ ନିଜ କର୍ମ କରିଗଲେ ତାଙ୍କ ଜୀବନର ଲକ୍ଷ ହାସଲ କରିବା ପାଇଁ l


ନିଜ ନିଜର କର୍ତ୍ତବ୍ୟ ବୁଝିଲେ, କାମ କରିଗଲେ, 

ପିତାମାତାଙ୍କୁ ତାଙ୍କ ଦାଇତ୍ୱରୁ କିଛି ମୁକ୍ତ ବି କଲେ l


ପିତାମାତା ଯେବେ ଦେଖନ୍ତି, ଆନନ୍ଦେ ବିଭୋର ହୁଅନ୍ତି, 

ଦୁଇ ଭାଇଙ୍କର ସମ୍ପର୍କକୁ ଦେଖି ଆଶିଷର ପୁଷ୍ପ ବି ଢାଳନ୍ତି l


ସମୟ ଆସିଲା, ଉଭୟଙ୍କୁ ବିବାହ ବନ୍ଧନେ ବାନ୍ଧିଲା, 

ସଂସାର ଗଢିବାର ନୂତନ ଧର୍ମକୁ ଶିଖାଇଲା l


ସଂସାର ଗଢିଲେ, ପତ୍ନୀ ସନ୍ତାନ ପାଇ ଆନନ୍ଦେ ରହିଲେ, 

ପିତା ମାତା ଏବେ ବୃଦ୍ଧାବସ୍ଥାରେ ପହଞ୍ଚି ଆଶାରେ ବଞ୍ଚିଲେ l


କେହି କେହି ପୁତ୍ର ନିଜ କର୍ତ୍ତବ୍ୟ ନ ଭୁଲି ସେବା କରିଗଲେ. 

କେହି କେହି ପୁଣି ମାୟା ଗ୍ରାସ ହୋଇ ସ୍ୱାର୍ଥପର ହେଲେ,

ପିତା ମାତାଙ୍କୁ ନିଜ ନିଜ ମଧ୍ୟେ ଭାଗ କରିନେଲେ l


ଭୁଲିଲେ ସେ ଅତୀତର ସବୁ ସ୍ମୃତି, ଆଣିଲେ ନୂଆ ରୀତି, 

କର୍ତ୍ତବ୍ୟ ପାଳନକୁ ଭାଗ ବଣ୍ଟା କଲେ ଭାବି ଏକ ସମ୍ପତ୍ତି l


ତଥାପି ପିତା ମାତା ନିରବ ରହିଲେ, ଦେଲେ ତାଙ୍କ ସମ୍ମତି, 

ବିରହ ବେଦନା ବୁକୁରେ ଲୁଚାଇ ନୀରବେ ଦେଖିଲେ ପୁତ୍ରଙ୍କର ନିଷ୍ପତ୍ତି l


ସ୍ୱାର୍ଥ ବଢି ଗଲା, ତାଙ୍କ ବିବେକ ହଜିଲା, ବଢ଼ିଲା ମନର ଲାଳସା, 

ଦୁଇ ଭାଇ ଏବେ ଲଢେ଼ଇ କରିଲେ, ହେଲେ ଲୋକହସା l


ପିଲାଦିନ କଥା, ରକ୍ତର ସମ୍ପର୍କ ସବୁତ ହେଲା ପର, 

ଖାଲି ସ୍ଵାର୍ଥେ ଅନ୍ଧ ହୋଇ ଭାବିଲେ ମୁଁ ଓ ମୋର l


ବଡ଼ ଭୁଲିଗଲା ସାନ ପ୍ରତି ସ୍ନେହ, ସାନ ଭୁଲିଗଲା ସମ୍ମାନ, 

ଘରର ସଂସ୍କାର ଭୁଲି ଯୁଝିଲେ ହୋଇ ସେମାନେ ଅଜ୍ଞାନ l


ଭୁଲିଲେ ସେମାନେ ଆସିଛନ୍ତି ଏକା, ଯିବେ ଏକା ଏକା, 

ଗର୍ବ ଅହଙ୍କାର କରି ଖାଲି ଦେଉଛନ୍ତି ନିଜକୁ ଧୋକା l


ଯେତେ ଯାହା ହେଲେ ଏ ତ ଏକ ସମ୍ପର୍କର ନଦୀତୀର, 

ବୃଥା ହେବ ତାଙ୍କ ସବୁ କାରନାମା କଲେ ତାକୁ ଛାରକାର l

 

ଦୁଃଖ ଲାଗେ ଏବେ ଦେଖି ଏ ଦୁର୍ଦ୍ଦିନର ବେଳ, 

କେବେ ଅନ୍ତ ହେବ, ଏହି ଦୁନିୟାରୁ ଭାଇ ଭାଇର ଖେଳ l



Rate this content
Log in