STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ଭାଇ ଭାଇ

ଭାଇ ଭାଇ

2 mins
429


ରକ୍ତ କହିବ କିଏ କାହାର

ରକ୍ତ ସମ୍ପର୍କ ଭିନ୍ନ,

ରକ୍ତରେ ରକ୍ତରେ ଯୋଡ଼ା ସମ୍ପର୍କ

ତେଣୁ ପ୍ରେମ ନ'ହେ କ୍ଷୁର୍ଣ୍ଣ ll


ହେଲେ କିଆଁ ଆଜି ସମ୍ପର୍କ ନାହିଁ

ପୋଡ଼ସିର ଲହୁର ସାଥେ,

ତା ଦେହ ରକ୍ତ , ଆମ ରକ୍ତେ କ'ଣ

ରକ୍ତ ସମ୍ପର୍କ ଭ୍ରlନ୍ତେ ll


ଜାତି ଅଲଗା ନୀତି ଅଲଗା,

ଅଲଗା ବି ରଙ୍ଗ ରୂପ,

କୁ ବୁଦ୍ଧି ଅଧିକ,ସୁବୁଧି କମ,

ଆମ ଜ୍ଞାନେ ନାହିଁ ମାପ ll


କେବଳ ତାହାର କର୍କଶ ମତୀ,

କେବଳ ହିଂସ୍ର ମାନ,

ରକ୍ତ ଛୁଟାଇ, ମଣିଷ ମାରେ

ଭାରତ ବାସୀ ଠୁ ହୀନ ll


ବନ୍ଧୁ ବାନ୍ଧି ଧୋକା ଦେବାପାଇଁ,

କରେ ସେ କୁଚକ୍ର ବୁଧି,

କେତେ ଗଙ୍ଗା ଜଳେ ଧୌତ କଲେ

ନାହିଁ ତ ଆତ୍ମା ସୁଧି ll

କାଦ ମୁଣ୍ଡା ଟେକି ବାନ୍ଦିଲି ଘାଇ,

ପାନି ଛାଡ଼ିଦେଲି ଟିକିରା ଭୂଇଁ,

ହେଲେ ମିସା କାଦ ନାଈଁ

କିଆରୀ ଭିତର କାଦ ଲୁଦୁ ବୁଦୁ

ଉପର ଶୁଖିଲା ଭୂଇଁ ,ll


ପଲା ଘାରି ଫଡା ଫଡା,

ଦୁଇ ଘାରି ମଝି କାପିନି,ଝରା,

ଝିକି ଝାକି ସପା କରା ll


ଦୁଇ ହାତେ ଦୁଇ ମୁଟାକେ ଧରା,

ମୁଟା ମାରି ମୁଟା ଯୋଡ଼ା,

ନୁକୁ କରି ଧଇ ସପା କରିରେଲେ

ରୋପୀ ନେବାସ ଯୋଡ଼ା ଯୋଡ଼ା ll


କୁପୁଲି ତଲର ଭୂଇଁ ସୁନ୍ଦର,

ଯୋଡ଼ା କୁପୁଲିକେ ପାନୀର ଧାର,

ଧାନ ବୁଟା କେରା କେରା ,

ନୁକୁ କରି ଧାନ ରୋପୀ ଦେଲେସିନା,

ସୁନ୍ଦର ହେସି ମୁଣ୍ଡା ଘେରା ll


ନିଜା କେଲା କରି ମାରିଲେ ସାର

ପିଲିକା ଦେଶି କାଇ ବୁଟା ଜବର,

ଠିଆ ଠିଆ ଦିଆ ମାରି,

ନୁକୁ କରି ବାବୁ ପାନି ବାନ୍ଦି ରା,

କକଡ଼ା ବିଲେ କାଦ ଭରି ll


ଆସିବା ଶୀତ କେ ପାଚସି ଧାନ,

ବେଡା ମୁଣ୍ଡାଇ ବସି ଆନନ୍ଦ ମନ,

ଧାନ ମିଣ୍ଡlନିର ଦିନ

ନୁକୁ କରି ଧାନ ଉଡାଇ ଭରିଲେ,

ଦୁଇ ହାତେ ଧର୍ବlସ ଧନ ,ll


ଜୈ କଳା

ଆସିଲା ଅଗଷ୍ଟ,ପନ୍ଦର ବି ହବ,

ଉଡିବ ତ୍ରିରଙ୍ଗା ପ୍ରଣେ

ଭାରତ ମା ର ଗୌରବ ଗାଥା,

ଖେଳି ଯିବ ଜନ ମନେ ll


କାର୍ଗିଲ ଠାରୁ କନ୍ୟା କୁମାରୀ,

ସିନ୍ଧୁ ଉପତ୍ୟକା ସ୍ଥଳ,

ସର୍ବେ ଏକାକାର ହୋଇବେ ମରତେ,

ଧରିବେ ଖଡ୍ଗ ଢାଲ , ll


ଜୈ ଜୈ କାର ନାଦ ପ୍ରକମ୍ପି ଥରିବ,

ସ୍ବର୍ଗୀୟ ସୁନ୍ଦର ମହୀ,

ଢ଼lଇଁ ଢ଼ାଇଁ ଶବ୍ଦେ ଦୁଲଦୁଲି ଉଠିବ,

ପଡୋଶୀ ଶତ୍ରୁ ଭୂଇଁ ,ll


ବାଜି ରାଉତର ବୀରପଣ' ଗାନ

ଲକ୍ଷ୍ମଣ ନାୟକ ଟାଣ

ସୁଭାଷ ବୋଷଙ୍କ ଶୈନ୍ୟ ସାମନ୍ତ

ସୁରେନ୍ଦ୍ର ସାଇଙ୍କ ବାଣ , ll


ଓଡ଼ିଆ ଐତିହ ଓଡିଶା ମାଟିର

ପାପଡାହାଣ୍ଡି ର ଯୁଦ୍ଧ,

ଆସୁ କେତେ ଶତ୍ରୁ ଦେଖେଇବ ଗର୍ବ

ପଛେ ହେବ ଜ୍ଞାନ ଲୁବ୍ଦ୍ଧ ।।


ଭାରତ ମାତାର ଜୟ ଗାନ କରି

ତ୍ରିରଙ୍ଗା ଦେବା ଉଡାଇ

ଆମ ଦେଶ ବାସୀ ଉଲ୍ଲସେ ହସି,

ଥିବା ସ୍ନେହେ ଭାଇ,ଭାଇ ll


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational