STORYMIRROR

Trushna Das

Inspirational

3  

Trushna Das

Inspirational

ଭାଗ୍ୟର ଖେଳ

ଭାଗ୍ୟର ଖେଳ

1 min
344

ଏହା ଯେ ଭାଗ୍ୟର ଖେଳ

ଅଟଇ ବହୁତ ବିରଳ

କିଏ ଦିନ କାଟଇ ବହୁତ ଖୁସିରେ 

ତ କିଏ ଦିନ କାଟଇ ବହୁତ ଦୁଃଖ ଯନ୍ତ୍ରଣାରେ।। ( 1 )


ଜୀବନର ଗତିପଥ

ଭାଗ୍ୟ ସହ ଯୋଡା ସତ

ହେଲେ ଭାଗ୍ୟ ଯେ ହୋଇ ଥାଏ ନିର୍ଦ୍ଧାରିତ 

କର୍ମଫଳ ଦ୍ୱାରା ଏହା ବି ସତ୍ୟ।। ( 2 )


ଦୁଃଖୀ ହେଲେ ଲୋକ କୁହନ୍ତି 

ଏହା ମୋ ଭାଗ୍ୟର ଖେଳ ପାଇଁ 

ଅନ୍ୟର ଖୁସି ଦେଖି 

ଲୋକେ କୁହନ୍ତି ତାର ଭାଗ୍ୟ ବହୁତ ଭଲ ଅଟଇ

ନିଜର ଉନ୍ନତି ହେଲେ ଲୋକେ କୁହନ୍ତି 

ଏହା ନିଜ କର୍ମ ପାଇଁ 

ଅନ୍ୟର କଷ୍ଟ ଦେଖି କୁହନ୍ତି 

ଏହା ତାର କର୍ମ ପାଇଁ ।। ( 4 )


ବାଃ ରେ ବାଃ ଲୋକ 

ନିଜ ପାଇଁ ଗୋଟିଏ ମତାମତ

ତ ପର ପାଇଁ ଲୋଗା ମତାମତ 

କର୍ମ ଓ ଭାଗ୍ୟକୁ ନେଇ ତୁମମାନଙ୍କର ବିଚାର।। ( 5 )


ଭାଗ୍ୟକୁ ଆଦରି 

କିଛି ଲୋକ ନିଜ କର୍ମ ନ କରି

ହୁଅନ୍ତି ସାରା ଜୀବନ କଷ୍ଟରେ ବେଶୀ

ନିଜ ଭାଗ୍ୟକୁ ଦୋଷ ଦେଇ ଚାଲନ୍ତି ସବୁଠି।। ( 6 )


ଆଉ କିଛି ଲୋକ ଭାଗ୍ୟକୁ ନ ଆଦରି 

କରି ଚାଲନ୍ତି କର୍ମ ଦିନ ରାତି 

ସେମାନେ ଦିନେ ନା ଦିନେ ହୁଅନ୍ତି ଖୁସି

କାରଣ ସେମାନେ ନିଜ କର୍ମରେ ନିଜ ଭାଗ୍ୟକୁ ନିର୍ଦ୍ଧାରିତ କରି।। ( 7 )


ତେଣୁ ସବୁ ଭାଗ୍ୟ ଖେଳକୁ ନ ଭାବି 

କରି ଚାଳ ନିଜ କର୍ମକୁ ସବୁଠି

ଦିନେ ନା ଦିନେ ହୋଇବ ଖୁସି

କାରଣ କର୍ମ ଯେ ରଚିବ ନିଜ ଭାଗ୍ୟ ଏହା ସତ୍ୟ ଯେ ମନେ ରଖିବଟି।। ( 8 )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational