STORYMIRROR

Sanuja Meghamala

Inspirational

4  

Sanuja Meghamala

Inspirational

ଭାଗ୍ୟ ଓ କର୍ମ

ଭାଗ୍ୟ ଓ କର୍ମ

1 min
1.1K

ସର୍ବ ଶକ୍ତିମାନ ପରମ ଇଶ୍ୱର

ଭାଗ୍ୟ ଭବିଷ୍ୟତ କର୍ତ୍ତା

ତାଙ୍କରି ଇଙ୍ଗିତେ ଆତଯାତ ବିଶ୍ଵ

ତାଙ୍କ ବିନା ସବୁ ବୃଥା।


ଭାଗ୍ୟକୁ ବିଶ୍ବାସୀ କର୍ମ କରୁଥିଲେ

ଜୀବନ ସରସ ହୁଏ

ସାଧନା ପଥରେ ଦୃଢ଼ମନା ହେଲେ

ସଫଳତା ମିଳି ଥାଏ।


ରାତି ପାହିଥିଲେ ଅଯୋଧ୍ୟାର ରାଜା

ହୋଇଥାନ୍ତେ ସିନା ରାମ

ନିଷ୍ଠୁର ନିୟତି ଉପହାସ କଲା

ବନବାସ ହେଲା କାମ୍ୟ।


ଶ୍ମଶାନ ଜଗିଲେ ହରିଶ୍ଚନ୍ଦ୍ର ରାଜା

ଭାଗ୍ୟ ବିପର୍ଯ୍ୟୟ ବଳେ

ନିଜ ସ୍ବାଭିମାନ ସତ୍ୟରକ୍ଷା ପାଇଁ

ପତ୍ନୀ ପୁତ୍ର ବନ୍ଧା ଦେଲେ ।


କର୍ମକୁ ନ କରି ଭାଗ୍ୟକୁ ନିନ୍ଦିଲେ

ଦୁଃଖ କଷ୍ଟ ବଢିଯାଏ

ବିନା ପରିଶ୍ରମେ ଭାଗ୍ୟ ଭାଗ୍ୟ ହେଲେ

ପାଟିକୁ କି ଦାନା ଯାଏ ।


ନିଜ ଭାଗ୍ୟଡୋରି ନିଜ କର୍ମେ ବନ୍ଧା

ଏ କଥା ଭୂଲନା ବନ୍ଧୁ

ଆଶା ନ ରଖିଣ କର୍ମ କରିଯାଅ

କର୍ମ ଯେ ଭାଗ୍ୟର ସିନ୍ଧୁ।


ଭାଗ୍ୟ କର୍ମ ଦୁହେଁ ନୁହନ୍ତି ଅଭିନ୍ନ

ଏକ ଯେ ଆରକ ପାଇଁ

କର୍ମ କରୁଥିଲେ ଭାଗ୍ୟ ବଦଳିବ

ଏ କଥା ଭୂଲିବା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational