STORYMIRROR

Arundhati Jena

Abstract Fantasy Others

3  

Arundhati Jena

Abstract Fantasy Others

ଭାଦ୍ରବ ର ଭରା ଯୌବନ

ଭାଦ୍ରବ ର ଭରା ଯୌବନ

1 min
224

ଭାଦ୍ରବ ର ଭରା ଯୌବନ ର ପସରା ନେଇ

ପ୍ରକୃତି ରାଣୀ ଆସିଛି ଥିରି ଥିରି ହେଇ।

ପରଶି ଦେବା ପାଇଁ ପାର୍ବଣରେ ସିଏ

ପବିତ୍ର ମନରେ ପୁଣି ଚାଲି ଆସିଥାଏ।

ଶୁଭ୍ର ଚାଦରକୁ ଧରା ରେ ଢାଙ୍କି ଦେଇଅଛି

ସ୍ଵାଗତ ଗୀତିକା ଗାଇ ମାଆ ଙ୍କୁ ସ୍ଵାଗତ କରୁଛି।

ସଂଜୁଆ ଶରତ ସଂଧ୍ୟା ର ସେ ରୋମାଞ୍ଚିତ ବାସ୍ନା

ପ୍ରେମୀ ଯୁଗଳ ଙ୍କୁ କରେ ବଡ଼ ଆନମନା।

ଶେଫାଳୀ ମନ ର ସେଇ ଗହନ ବେଦନା

କଇଁ ର ମନ କି ବୁଝେ ଝରାଇ ଜୋଛନା ।

ପ୍ରୀତି ସବୁ ମୋତି ପରି ଅବେଳରେ ଝରିଯାନ୍ତି

କାକର ବୁନ୍ଦାରେ ଏ ଆଖି ଆଉ ମନ ଖୁବ୍ ଭିଜନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract