ଭାବୁକ
ଭାବୁକ
ଅଳସୀ ନଈର କଳସୀ ଧାର ତୁ
ଆଞ୍ଜୁଳାରେ ଟେକି ମୁଖେ ମୁଁ ନେବି
ବହି ଯିବୁ ତୁହି ଶୀରା ଧମନୀରେ
ହଜିଯିବୁ କୋଷ ଅଣୁକୋଷ ଦେଇ।
ମନ ଗହନେ ଚାରୁ ଚିତ୍ତବନେ
ତୁ ଏକା ମୋ ସପନ ରାଣୀ
ଭୁଲିବାକୁ ଯାଇ ନିଜକୁ ଭୁଲିଲି
ହେଲେ ଭୁଲି ଯେ ପାରୁନି ତୋ କାହାଣୀ।
ଲୁଚିଗଲେ ତୁହି ଖୋଜି ମୁଁ ଆଣିବି
ଗିରି ମାଳ ପରବତ ଛେଦି
କଥା ମୁଁ ଦଉଛି ହାତଗଣ୍ଠି ପଡ଼ିଲେ
ତୋ ସାଥେ ଚାଲିବି ଆଜୀବନ ସହଚାରୀ ସାଜି।