STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଭାବଥିଲେ

ଭାବଥିଲେ

1 min
251

ଭାବଥିଲେ ଅଭାବକୁ କିଏ ବା ପଚାରେ

ସଖା ପରା ବିପଦରେ ଜୀବନ ବି ଦିଏ

ଭାବ ଥିଲେ କଷ୍ଟ କାମ ସହଜରେ ହୁଏ

ଲୁଣମିଶା ପାଣି ପରା ମିଠା ରସ ହୁଏ


ଭାବ ଥିଲେ ଅବେଳରେ ସହଯୋଗ ମିଳେ

ଧୌର୍ଯ୍ୟ ଧରି ଲଢ଼ିବାକୁ ସାହସ ବି ମିଳେ

ଭାବ ଥିଲେ ଶତ୍ରୁ ଅବା ହୋଇବେ କିମ୍ପାଇଁ

ବିନା ଦୋଷେ ଅପମାନ କରିବେ ଯେ କାହିଁ


ଭାବଥିଲେ ନରକ ଯେ ସରଗ ଲଗାଇ

ଖୁସି ମନେ ଶାନ୍ତି ମନେ ଦିନ ଯେ କଟଇ

ଭାବଥିଲେ ମନ କଥା ବନ୍ଧୁକୁ କହିଲେ

ଦରଦଟା ଚାଲିଯାଏ ଦୁଃଖ ମନେ ଥିଲେ


ଭାବଥିଲେ ପଥର ବି ଦେବତା ହୁଅନ୍ତି

ଦୁଃଖେ ସୁଖେ ଭକତର ସହାୟ ହୁଅନ୍ତି

ଭାବଥିଲେ ଜୀବନଟା ଓଦା ଓଦା ଲାଗେ

ଜିଇଁଥିବା ଯାଏଁ ଦିନ ସୁଖଭରା ଲାଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract