ଭାବର ଠାକୁର
ଭାବର ଠାକୁର


ଭାବର ସହରେ ଭାବର ଠାକୁର
ଭାବରେ ବାନ୍ଧୁଛ ବସି
ଯାହାକୁ ଦେଖିଲେ ସିଏ ଦେଖାଯାଏ
ତୋ ଭାବରେ ଯାଏ ଭାସି
ଭାବ ବିନୋଦିଆ କ୍ଷେତ୍ରବାସୀ l
ଲିମ୍ବ ଗଛ ଦେହେ ତୋ ଭାବ ଲାଗିଲେ
ଦାରୁ ଦାରୁ ପରି ଦିଶେ
ଲିମ୍ବକାଠେ ତୋର ମଳୟ ବାଜିଲେ
ଚନ୍ଦନ ଚନ୍ଦନ ବାସେ
ତୋ ଭାବେ ରହିଲେ ଅକଳନା ଭକ୍ତି
ଜନ୍ମଇ ହୃଦୟେ ଆସି l
ବଣର ତୁଳସୀ ଭାବରେ ଭାସିଲେ
ତୁଳସୀ ତୁଳସୀ ବାସେ
ଚାଉଳ ଅନ୍ନରେ ତୋ ଭାବ ଲାଗିଲେ
ଅବଢ଼ା ଅବଢ଼ା ବାସେ
ଭାବେ ବାନ୍ଧି ହେଲେ ବଇକୁଣ୍ଠ ବାସୀ
ମୋକ୍ଷ ଦେଉ ହସି ହସି l