STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ଭାବର ଠାକୁର

ଭାବର ଠାକୁର

1 min
398

  ତୁମେ ନୀଳାଦ୍ରି ନାଥ

  ନୀଳାଚଳ ବାସୀ 

  ହେ ନୀଳକନ୍ଦର ନାଥ

    ଭକତ ଗଳାମାଳ

    ଭକ୍ତି ଭାବରେ ବନ୍ଧା 

      ହେ କଳା ଠାକୁର

    ଭାବକୁ ନିକଟ ତୁମେ ପ୍ରଭୁ

     ଅଭାବକୁ କର ଦୂର

     ଭାବେ ବନ୍ଧା ହେ ସାଆନ୍ତେ

     ତୁମେ ଭାବର ଠାକୁର ।


   ଏ ଭବ ସାଗରୁ ପ୍ରଭୁ

     ତୁମେ କର ପାର

   କଳା ନାଉରୀ ସାଜି

      ଭାବରେ ହଜି ମଜି

   ଭକତି ଭାବରେ

  ତୁମ ଭକତ କୁ କର ପ୍ରଭୁ ପାର

 ହେ କଳା ସାଆନ୍ତ ହେ ଜଗତ ନାଥ

    ଭକ୍ତ ଧନ ତୁମେ ଗଳାହାର

  ଭାବେ ନିମଜ୍ଜିତ ହୋଇ

    ଭାବରେ ଭାବରେ ସବୁ

  ଏ ସଂସାରେ ଲୀଳା ଖେଳା କର

  ଭାବ ବିନୋଦିଆ ଆହେ ଭାବର ଠାକୁର ।


    ତୁମ ପାଇଁ ଏ ଜଗତ

   ତୁମେ ହିଁ ସୃଷ୍ଟି ର ଶ୍ରେଷ୍ଠ

    ତୁମ ପାଇଁ ସୃଷ୍ଟି ସ୍ଥିତି ପ୍ରଳୟ

    ତୁମେ ସ୍ରଷ୍ଟା ତୁମେ ସୃଷ୍ଟି

   ତୁମେ ହିଁ କାରଣ ଅଟ ପ୍ରଳୟ ର

    ତୁମେ ଜଳ ସ୍ଥଳ ବାୟୁ

   ତୁମେ ମାୟା ତୁମେ ଛାୟା 

     ତୁମେ ହିଁ ତ କାୟା 

    ଏ ସକଳ ସୃଷ୍ଟି ର

   ଭାବେ ଯେ ଡାକିଲା ପ୍ରଭୁ

    ତାକୁ ତ କର ଉଦ୍ଧାର

   ସେ ପାଇଁ ତ ତୁମେ ପ୍ରଭୁ

    ଭାବର ଠାକୁର ।


   ତୁମରି ଦୟାରୁ ପଙ୍ଗୁ ଲଙ୍ଘେ ଗିରି

    ତୁମେ ହିଁ ସ୍ତମ୍ଭ ରୁ ବାହାରି

   ହିରଣ୍ୟକଶିପୁ ର 

    ବୁକୁ ଦେଲ ବିଦାରି

   ଭକ୍ତର ଭାବରେ ହୋଇ ବିଭୋର

     ଭକ୍ତ ମାନ ରକ୍ଷା ପାଇଁ

   ଧରିଲ ପ୍ରଭୁ ହେ ନୃସିଂହ ଅବତାର

   ତୁମ ଲୀଳା ଖେଳା ସଭିଙ୍କୁ ଅଗୋଚର

    ତୁମେ ହିଁ ତ ଯୁଗେ ଯୁଗେ

     ଭକ୍ତର ଭକ୍ତି ର ଭାବର ଠାକୁର।


    


Rate this content
Log in

Similar oriya poem from Abstract