STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ଭାବର ସଂସାରେ

ଭାବର ସଂସାରେ

1 min
23.4K

ସ୍ନାନ ବେଦୀ ରେ ତମେ 

ମୋ ଆଞ୍ଜୁଳେ ଜଳରେ 

ତୁମ ମୁଁହ ଯଦି ମୁଁ ଦେଖନ୍ତି 

ମୋ ଘର ଅଗଣାରେ 

କୁତାର୍ଥ ମୁଁ ପରମ ତୃପ୍ତିରେ 

ତମେ ପଥି ପାଞ୍ଚଣ ରେ 

ତ, ମୁଁ ପଟି ବୁଣି 

ରଙ୍ଗ ଦିଅନ୍ତି ତୂଳିକାରେ

ଆଉ ନିଶବ୍ଦ ରାତିରେ

ସେଇ ପଟି ଦିଅଁ ଭିତରେ 

ତୁମେ ପ୍ରଭୁ ବ୍ରହ୍ମପୁଲକରେ 

ଆବିର୍ଭାବ ହୁଅନ୍ତ ମୋ ଘରେ 

ମୁଁ କଣ କରିବି ନକରିବି 

ଭାବୁ ଭାବୁ ରଥର ତୂଳିକାସ୍ପର୍ଶ ରେ 

ଦେଖନ୍ତି କିଂକର୍ତ୍ତବ୍ୟବିମୁଢ଼ ରେ 

ଚାରିଧାମ ଶ୍ରେଷ୍ଠ ଚତୁର୍ଦ୍ଧା ମୂରତି 

ସତରେ ସନ୍ତୁଷ୍ଟ ଭକ୍ତିରେ 

ମୁର୍ଚ୍ଛା ଯାଉ ଯାଉ ପ୍ରଭୁ ରଥ ତୁମ

ଅଟକି ଯିବକି ଆଉ ଥରେ 

ମୋରି ଦୁଆରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract