ଭାବର ବନ୍ଧନ
ଭାବର ବନ୍ଧନ
(ରାଗ:- ରାମକେରୀ)
ଭାବର ବନ୍ଧନେ ପୂର୍ଣ୍ଣିମା ପରା ଗୁଞ୍ଜି ଉଠୁଛି
ପିଠା ପଣା ବାସ୍ନା ଗୃହରେ ମନ ପ୍ରାଣେ ଛୁଉଁଛୁ।
ଶୁଭ ନୁହେଁ ଆଜି ପୂର୍ଣ୍ଣିମା ଜ୍ୟୋତିଷ ଙ୍କ ନିର୍ଦ୍ଦେଶ
ଭଦ୍ରକାଳ ଯହୁଁ ପଡ଼ିଛି ବାନ୍ଧିଲେ ସର୍ବନାଶ।
ବାନ୍ଧି ଥିଲା ରାକ୍ଷୀ ରାବଣେ ଭଉଣୀ ସୂର୍ପଣଖା
ସର୍ବନାଶହେଲା ଭାଇର ଶାସ୍ତ୍ରେହୋଇଛି ଲେଖା।
ମାରିଲେ ରାବଣ ଶ୍ରୀରାମ ସୀତା ଉଦ୍ଧାର କଲେ
ଥିଲା ଟି ମୂହୁର୍ତ୍ତ ଏ କାଳ ବଂଶ ତାର ମାରିଲେ।
ରାକ୍ଷୀ ପୂର୍ଣ୍ଣିମାରେ ନୁହେଁ ଟି ଶୁଭ କାଲି ବାନ୍ଧିବ
ଦୁଇ ଦିନ ପରା ପରବ ଅଟେ ରାକ୍ଷୀ ଉତ୍ସବ।
ଭଉଣୀ ବାନ୍ଧିବ ଡୋରକୁ ତାର ଭାଇ ହସ୍ତରେ
୩୧ ଅଗଷ୍ଟ ଟି ଏ ବନ୍ଧନ ଶୁଭ ମୂହୁର୍ତ୍ତରେ।
ପ୍ରେମର ଶ୍ରଦ୍ଧାର ଗୁଞ୍ଜନ କାଲି ପରା ଶୁଭିବ
ଭଉଣୀ ବାନ୍ଧିବ ରାକ୍ଷୀ କୁ ତାର ଭାଇ ହସ୍ତର।
ଦୀର୍ଘାୟୁ କରିବ କାମନା ପୂଜି ଜଗା ଠାକୁର
ସୁରକ୍ଷା ବଚନ ହେବଟି ଭାଇ ଭଉଣୀ ତାର।
ବାନ୍ଧିଥିଲେରାକ୍ଷୀ ଦ୍ରୌପଦୀ କୃଷ୍ଣ ଭାଇଙ୍କୁତାର
ବସ୍ତ୍ର ହରଣରୁ ଉଦ୍ଧାର କଲେ ସେ ନିରାକାର।
ପୌରାଣିକ ପର୍ବ ଏହୁରେ ଆଦି କାଳୁ ପାଳିତ
ପବିତ୍ର ବନ୍ଧନ ପରାରେ ପ୍ରୀତି ପ୍ରେମେ ଜଡ଼ିତ।
