STORYMIRROR

Anil kumar Pradhan

Romance

2  

Anil kumar Pradhan

Romance

ଭାବନାରାତ୍ରିର

ଭାବନାରାତ୍ରିର

1 min
286

ନାଲି ଟହ ଟହ କଇଁର ଓଠରେ

ଜୋଛନା ଢାଳୁଛି ଜହ୍ନ

ଏପଟ ସେପଟ ହେଉଛି ପଦୁଅଁ

ବିରହେ ସୂର୍ଯ୍ୟ କିରଣ

ଭଅଁର ଖୋଜୁଛି ରାତ୍ରିର ସ୍ୱପ୍ନେ

ଦିବସର ସ୍ବପ୍ନ ସବୁ

ପେଚା ବସିଛି ଗଛ କୋରଡରେ

ଜୀବନ ସାଜୁଛି କାବୁ

ପ୍ରେମିକ ବସିଛି ପୋଖରୀ ପାହୁଚେ

ମଶାଣିରେ ଶବ ଜଳେ

କାଳରାତ୍ରି ଆସି କାନରେ କହୁଛି

ଜୀବନ ତ' କାଳବଳେ

ମନ ଖୋଜେ ପୁଣି ପ୍ରେମିକାର ମନ

ରାତ୍ରୀ ନିଃସଙ୍ଗ ବେଳେ

ସବୁ ଅପେକ୍ଷାର ସମାପ୍ତି ଘଟିବ

ପ୍ରେମୀ ଆସିଲେ ସକାଳେ

ବହୁଦିନ ହେବ ଆଖିରେ ନାହିଁସେ

ପୂର୍ଣ୍ଣିମା ଲିପିର ଚାନ୍ଦେ

ଭାବନା ରାଜ୍ୟରେ ରାଜାର ତୃପ୍ତି

ଖାଲି ଏଇ ଜୀବନରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance