ଭାବନାର ଅନ୍ତରାଳେ
ଭାବନାର ଅନ୍ତରାଳେ
ମଣିଷ ପାଏ ନାହିଁ ସବୁକିଛି
ଯାହା ଚାହିଁଥାଏ
ଖାଲି ପଥବଣା ହୋଇ ଅନ୍ଧାରରେ
ଘୂରିବୁଲୁଥାଏ ।
ଭାବନାର ଢେଉ ଆସି ମନେ
ମନେ ଉଙ୍କି ମାରେ
ମନର ତୁଳିରେ କେତେ ଯେ
ଶବ୍ଦ ଆଙ୍କିପାରେ ।
ତୁଛା ମିଥ୍ୟା ଭାବନା ପ୍ରହଳିକାରେ
ରୁଦ୍ଧ ହୁଏ ହୃଦୟ ଦ୍ବାର
ଅମାନିଆ ମନରେ ପ୍ରବାହିତ
ସପ୍ତରଙ୍ଗର କେତେ ଯେ ଧାର ।
ଭାବ ଆବେଗରେ କରେ ମନରେ
କେତେ ଯେ କଳ୍ପନା
ଖାଲି ଆଶା ବାନ୍ଧି ରହିଯାଏ
ମନରେ ପ୍ରତାରଣ ସିନା ।
ଭାବନାର ଅନ୍ତରାଳେ ଦେଖିଥାଏ
କେତେ ଯେ ସ୍ବପ୍ନ
ମନରେ ଖାଲି କଳ୍ପନା ହିଁ ରହିଯାଏ
ସେତ ସାରା ଜୀବନ ।
