ଭାବନା ର ଶବ୍ଦ
ଭାବନା ର ଶବ୍ଦ


ପ୍ରକଂପିତ କୋଳାହଳ ସରିଗଲା ପରେ
ଶାନ୍ତମୟ ପରିବେଶ ନିଜର ଅସ୍ତିତ୍ବ ପାଇଗଲା ପରେ
ଯେତେବେଳେ ସକାଳ ର ସୂର୍ୟ୍ଯ
କ୍ଲାନ୍ତ ହେଇ ଫେରିଯାଆନ୍ତି,
ଯେତେବେଳେ ସହର ର ଉଚ୍ଚ ଉଚ୍ଚ
ମାଇଲ୍ ଖୁଣ୍ଟ ଗୁଡାରେ ବିଜୁଳି ବତୀ ଜଳି ଉଠନ୍ତି,
ସେତେବେଳେ ବିନା ଦ୍ୱିଧା ରେ ବାଟୋଇ ତା ବାଟ ଚାଲି ପାରେ
ନିରୀହ ପକ୍ଷୀ ଗୁଡା ଡେଣା ଝାଡି ଉଡି ପାରେ,
ଆଉ ମୁଁ ମନ ର ଅବାଞ୍ଛିତ ପୁଲକିତ
ଆଶା କୁ ନେଇ ନିଜକୁ ପ୍ରଶ୍ନ କରିପାରେ,
ସୂର୍ୟ୍ଯଙ୍କର ତୀକ୍ଷ୍ଣ ରଶ୍ମି ଠାରୁ
ବର୍ଷା ପରେ ଭିଜା ମାଟି ର ବାସ୍ନା ଯାଏଁ
ସନ୍ଧ୍ଯା ଆଳତିର ଜ୍ୱଳନ୍ତ ଦୀପଶିଖା ଠାରୁ
ଅନ୍ଧକାର ଭିତରେ ଦୁରରୁ ଭାସି ଆସୁଥିବା
ମଳୟ ପବନର ଛନ୍ଦ ଯାଏଁ
ସମସ୍ତଙ୍କୁ ଅତି ନିଜର କରିପାରେ
ସମସ୍ତଙ୍କର ସବୁଠୁ ଆପଣାର ବି ହୋଇପାରେ
&nbs
p;ରହିଯାଏ ଖାଲି ଗୋଟିଏ "କିନ୍ତୁ" ଏ ସବୁ ଭିତରେ,
ସତରେ କ'ଣ କେବେ ଅନ୍ତ ହେବନି ଏ ପ୍ରତିକ୍ଷା ର ?
କଢ ଟିଏ କ'ଣ ସାର୍ଥକ ହେଇପାରିବନି ନେଇଥିବା ଜୀବନ ର ?
କାହିଁ ଦିନରୁ ବହି ଯାଉଥିବା ଝରଣା ଟି କ'ଣ
ତ୍ରୁଷ୍ଣା ମେଣ୍ଟେଇ ପାରିବନି ବାଟୋଇ ର ?
ସରିଗଲା ଦିନ ପୁଣି ପାହିଯିବ ରାତି
ଯୋଡି ହେଇଯିବ ଆଉ ଗୋଟେ ଦିନ ସେ ଅପେକ୍ଷା ର ବର୍ଷ ରେ
ପୁଣି ଶବ୍ଦ ଗୁଡା ଉଡିଯିବେ ପାଗଳ ଭଅଁର ପରି
ଭାବନା ସବୁ ଲିଭିଯିବେ ଦୁଆର ମୁହଁ ର ସଂଜବତୀ ପରି
ଆଉ ମୁଁ ପୁଣି ବିଲିପ୍ତ ହେଇ ଯିବି ମୋର ପ୍ରିୟ ଲେଖନୀ ଧରି
ଆଉ କହି ବୁଲିବି
ସାଉଁଟୁଛି ଶବ୍ଦ ସବୁ କୁ ସଜେଇବି,
ଇନ୍ଦ୍ରଧନୁ କୁ ବି ଫିକା ପକେଇବି ,
ଭାବନା ରଙ୍ଗରେ ପ୍ରିୟା କୁ ପାଇବି,
ସବୁଦିନ ନୁହେଁ କି ରାତି ନୁହେଁ ,ପ୍ରତି ମୁହୂର୍ତ୍ତ ରେ ଦେଖୁଥିବି.....