STORYMIRROR

ମିତା ପଟନାୟକ

Abstract

2  

ମିତା ପଟନାୟକ

Abstract

ଭାବନା ର ଆରପଟେ

ଭାବନା ର ଆରପଟେ

1 min
2.7K

ଖୁବ ମାପିଚୁପି 

ଅନେକ ଭାବିଚିନ୍ତି 

ଯୋଜନା ଆଉ ପ୍ରସ୍ତାବନା ର 

ତାଲିକା :: ଏବଂ ଚିଠା

ଆଙ୍ଗୁଠିରେ ସମୟ ଆଉ ନିର୍ଘଣ୍ଟ 

ପାପୁଲିରେ ମନ ଦର୍ପଣ 

ସବୁ ଆବଶ୍ୟକୀୟ ଉପାଦାନ ରେ 

ତିଆରି ହୁଏ

ଏକ ଅନାଗତ ଭବିଷ୍ୟତ ମୂଳଦୁଆ 

ଅଦେଖା ଆସନ୍ତା କାଲିର ପରିସୀମା


ସବୁ ଠିକ ଠାକ  

ପ୍ରସ୍ତୁତି ଶେଷ ପର୍ଯାୟରେ 

ଖୁସି ସବୁ କଢ ଧରି ଆସୁଥାଏ 

କେରି କେରି ହସ ପବନରେ 

ଦୋଳି ଖେଳୁଥାଏ

ମଂଦ ମଂଦ ଫଗୁଣ 

ଚିତା ଆଙ୍କୁ ଥାଏ


ହଟାତ କିଂତୁ 

ଖୁସି ର ମାନଚିତ୍ର ବଦଳି ଯାଏ 

ହସ ର ଅକ୍ଷାଂଶ ଆଉ ଦ୍ରାଘିମା 

କେତେବେଳେ କେଜାଣି 

ପାର୍ଶ୍ଵ ପରିବର୍ତନ କରନ୍ତି 

ଚିତ୍ରିତ ପୃଥିବୀଟା 

ନୀରବ ନିଶ୍ଚଳ 

ଅଶାନ୍ତ ଆଉ ଗୋଳମାଳ ହେଇଯାଏ 

ସ୍ୱପ୍ନ ସବୁ ନିର୍ଦିସ୍ଥ ଜାଗା ରେ 

ନ ପହଞ୍ଚଉଣୁ ଅଣନିଶ୍ୱାସୀ 

ହେଇ ଅବେଳା ଟାରେ 

ମୃତ୍ୟୁ ବରୀ ନିଅନ୍ତି 

ଫୁଲ ଫୁଟିବା ଆଗରୁ 

ନୀରବରେ ଝାଉଁଳି ଯାଏ 

ଉଦାସୀ ମନ ଟା 

ବିଳାପ କରୁଥାଏ 

ଘଡି ଘଡି

ଅନବରତ

ଅବିଶ୍ରାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract