STORYMIRROR

padmaja pati

Classics

3  

padmaja pati

Classics

ଭାବନା -ଏକ ଦୁଃଖଦ ମୁହୂର୍ତ୍ତର

ଭାବନା -ଏକ ଦୁଃଖଦ ମୁହୂର୍ତ୍ତର

1 min
270

ଛାଇ ଆଲୁଅର ଲୁଚକାଳି ଖେଳ

ଅପସରି ଗଲା ପରି

କେବେ ଆସେ ମୃତ୍ୟୁ କେବେ ତ ଜୀବନ

ମନେ ହେଉଥାଏ ଝୁରି l

ବିକଶିତ ହୁଏ ଛୋଟ କଳିକାଟି

କୋମଳ ପାଖୁଡା ମେଲି

ମହାକାଇ ଦିଏ ତାହାର ସୁବାସେ

ପୁରପଲ୍ଲୀ ଠାରୁ ଦିଲ୍ଲୀ l

ଖୁସିର ଲହରୀ ଖେଳେ ଚଉଦିଗେ

ଦେଖି ତା'ର ଶୋଭା ଶିରୀ

ଧୀର ପବନରେ ଦୋଳୁଥାଏ ନିତି

ସଭିଙ୍କୁ ନିଜର କରି l

କେଉଁଠୁ ଆସେ ସେ ଝଞ୍ଜା ପବନ

ଦିଏ ତା ପାଖୁଡା ଝାଡ଼ି

ବୃନ୍ତଚ୍ୟୁତ ହୋଇ ନିଜ ଲୁହ ପିଇ

ଅକାଳେ ପଡଇ ଝଡ଼ି l

ହା ହା କାର ଶୁଭେ ସବୁରି ମୁଖରୁ

ଏ କି ହେଲା? ଏ କି ହେଲା

ଆହା ରେ ବିଧାତା ! ଏପରି ମରଣ

ତା ' କପାଳେ ଲେଖିଥିଲା !

ମମତା ବୋଳା ଏ ମାଟିର ଅଗଣା

କେତେ ଯେ ତାକୁ ଝୁରଇ

ଜୀବନ, ମୃତ୍ୟୁର ସୁବର୍ଣ୍ଣ ସେତୁ ସେ

ଗଲା ଯେ କେଣେ ଉଭେଇ?

ବୁଜିଦେଲେ ଆଖି ଦିଶେ ତା'ର ରୂପ

ମନ ମତାଣିଆ ହସ

ଅଫେରା ରାଇଜୁ ଫେରିବ କି ପୁଣି

ହସାଇବ ପରିବେଶ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics