STORYMIRROR

Anirudha Kund

Classics

3  

Anirudha Kund

Classics

ଭାବଗ୍ରାହୀ

ଭାବଗ୍ରାହୀ

1 min
31

କେତେବେଳେ କ୍ଷୁଦ୍ର 

କେତେବେଳେ ରୁଦ୍ର

ମହାପ୍ରଭୁ ଭାବଗ୍ରାହୀ 


ମୋହନ ଯେ ତୁହି

ମୋହିନୀ ବି ତୁହି

ଭକତ ଉଦ୍ଧାର ପାଇଁ ॥


ଅଧର ନାଥ ଯେ

ଧରା ପଡି ଯାଅ

ଭକତ ନିଗୁଢ ପ୍ରେମେ


ଭକତ ଆଖିର

ଲୁଣିଆ ଲୁହରେ

ନିଗିଡି ପଡରେ ତୁମେ ॥


ଦାରୁର ଦେବତା

ଦାରୁବ୍ରହ୍ମ ତୁମେ

ଅଧଗଢା ଦିଅଁ ମୋର


ଅଧାବି ହୋଇକି

ପୂର୍ଣ୍ଣବ୍ରହ୍ମ ତୁହି

ଲୀଳା ଅପରମ୍ପାର ॥


Rate this content
Log in

Similar oriya poem from Classics