STORYMIRROR

Nirupama Bhattamishra

Fantasy Others

3  

Nirupama Bhattamishra

Fantasy Others

ଭାବାନ୍ତର

ଭାବାନ୍ତର

1 min
262

ଆତ୍ମାର ଚୌହଦୀ ଭିତରେ

ଇଛା ଟେ ଗୁମୁରି ଗୁମିରି କାନ୍ଦେ

ଫେରନ୍ତା ପକ୍ଷୀର ଡେଣାକୁ ଚାହିଁ ରହେ

ଦୂର ଆକାଶରେ

ପ୍ରାର୍ଥନାର ସ୍ୱର ପରି ନରମିଯାଏ କଣ୍ଠ

ଛଳନାରେ ଛଟପଟ ମୋର ଅସ୍ତିତ୍ବ

ମୁକ୍ତି ପାଇଁ ରାହା ଟିକେ ଖୋଜେ

ସମ୍ଭାବନାର ଋତୁ ବଦଳେ

ଋତୁ ପରି ବଦଳନ୍ତି ଚରିତ୍ର

ମୁଁ କିନ୍ତୁ ସେଇଠି ଅଟକି ଯାଏ ଯେଉଁଠି

ଖୁବ ଶୋଷ ରେ ଗୋଟେ ସମୁଦ୍ର

ସମୟ ତ ଚୂପ ଚାପ୍ ସବୁକାଳେ

ନିରବ ନିରପେକ୍ଷ ଦର୍ଶକ ଟେ

ପାଇବା ହରେଇବାର

ହିସାବ ବିତରେ ହି

କୃଷ୍ଣ ଚୁଡା ରଙ୍ଗହୀନ ମାନେ ହୁଏ

ହାରି ହାରି ବଂଚିବାକୁ ହୁଏ ପ୍ରତିକ୍ଷଣେ

ଯଦିଓ କୌଣସି ବିଜୟ

ଚିରନ୍ତନ ନୁହେଁ

ତଥାପି ଲଢ଼ିବାକୁ ହୁଏ ଅହରହ

ଯଦି ଏ ବଦଳିବା ଉପଲବ୍ଧି

ତେବେ ଗୋଟେ ଯୁଗାନ୍ତକାରୀ ପ୍ରତୀକ୍ଷା

ରେ ମୁଁ ଅଟକି ରହିବି

ଅହଲ୍ୟା ର ମନ ନେଇ

ହୁଏ ତ କାହା ପାଦ ସ୍ପର୍ଶ ରେ

ବଦଳି ଯାଇ ପାରେ ଭାଗ୍ୟ ।


Rate this content
Log in

Similar oriya poem from Fantasy